ରିପୋର୍ଟ କାର୍ଡ / ଭୁବନେଶ୍ବର
୩ ଦଫା ଦାବି ପୂରଣ ନିମନ୍ତେ ଆନ୍ଦୋଳନ କରୁଥିବା ଶିକ୍ଷକମାନଙ୍କୁ ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର। ଆନ୍ଦେଳନରେ ବସିଥିବା ଶିକ୍ଷକ ‘୨୨୦ ଦିନର କାର୍ଯ୍ୟ ଦିବସ ଭରଣା କରିବେ । ନଚେତ ଆଗାମୀ ଶିକ୍ଷା ବର୍ଷ କ୍ୟାଲେଣ୍ଡରରେ ତାହାକୁ ଭରଣା କରିବ’ ବୋଲି ସରକାର କହିଛନ୍ତି। ପ୍ରାଥମିକ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀ ଦାବି ପୂରଣ ନିମନ୍ତେ ସମୂହ ଛୁଟିରେ ଯାଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ଧାରଣରତ ଶିକ୍ଷକଙ୍କୁ ଏବେ ଏପରି କହିଛନ୍ତି ରାଜ୍ୟ ସରକାର। ପ୍ରାଥମିକ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ସବ୍ କମିଟି ଶିକ୍ଷକମାନଙ୍କୁ ଆନ୍ଦେଳନକୁ ନେଇ ଆଲୋଚନା ଜାରି ରଖିଛି। ଏ ସଂପର୍କରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଅବଗତ କରିବାକୁ ଡିଇଓ ଏବଂ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେକୌଣସି ପରିସ୍ଥିତିରେ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଆନ୍ଦୋଳନରୁ ହଟାଇବାକୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ। ବର୍ଷକୁ ୨୨୦ କାମ ନକଲେ ପରବର୍ତ୍ତୀ ସମୟରେ ଶିକ୍ଷକମାନେ ତାହାକୁ ଭରଣା କରିବେ ବୋଲି ସରକାର ଚେତାଇ ଦେଇଛନ୍ତି। ଯଦି କେହି ଆନ୍ଦୋଳନ କରି ଏବର୍ଷ କିଛି କାର୍ଯ୍ୟ ଦିବସକୁ ନଷ୍ଟ କରୁଛନ୍ତିି ତ ପରବର୍ତ୍ତୀ ବର୍ଷରେ ତାହାକୁ ଭରଣା କରିବାକୁ ହେବ ବୋଲି କୁହାଯାଇଛି। ଆପଣ ଜାଣନ୍ତି ଯେ ୪ ଦିନ ଧରି ବିଇଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ପରେ ଗତକାଲିଠାରୁ ସମୂହ ଛୁଟିରେ ଯାଇଛନ୍ତି ପ୍ରାଥମିକ ଶିକ୍ଷକ। ଏହି କାରଣରୁ ପିଲାମାନଙ୍କ ପାଠପଢ଼ାରେ ବାଧା ଉପୁଜିଛି।






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..