Report Card Odisha

| Daily Odia News

ବିଷ ପିଇଦେଲେ ଜିପିଓ…..

ରିପୋର୍ଟ କାର୍ଡ / ଗଂଜାମ

ବଦଳି ପରେ ଦାୟିତ୍ୱ ହସ୍ତାନ୍ତର କରିବାକୁ ଆସି ବ୍ଲକ ପରିସରରେ ବିଷ ପିଇଦେଲେ ଜିପିଓ | ଏପରି ଘଟଣା ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ପରିସରରେ ଘଟିଛି। ଗୁରୁତର ଜିପିଓଜଣକ ହେଲେ ପ୍ରମୋଦ କୁମାର ପଟ୍ଟନାୟକ । ପ୍ରମୋଦ ଭଞ୍ଜନଗର ବ୍ଲକରେ ଦୀର୍ଘ ବର୍ଷ ହେବ ଜିପିଓ ଭାବେ କାମ କରୁଥିଲେ। ଗତ ୩୦ ତାରିଖରେ ତାଙ୍କୁ ପାତ୍ରପୁର ବ୍ଲକକୁ ବଦଳି କରାଯାଇଥିଲା । ତେବେ ଦାୟିତ୍ୱ ହସ୍ତାନ୍ତର କରିବାକୁ ସେ ଆଜି ଆସିଥିବା ବେଳେ ସେ ଭିସି ହଲରେ ବାନ୍ତି କରିଥିଲେ। ଏହାପରେ ତଳେ ପଡ଼ି ଛଟପଟ ହେବାରୁ କର୍ମଚାରୀମାନେ ତାଙ୍କୁ ପଚରାଉଚରା କରିଥିଲେ। ଏହି ସମୟରେ ସେ ବିଷ ପିଇ ଦେଇଥିବା କହିଥିଲେ। ସ୍ଥାନୀୟ ଲୋକେ ପ୍ରଥମେ ତାଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କିନ୍ତୁ କେଉଁ କାରଣ ପାଇଁ ବିଷ ପିଇଲେ ସୂଚନା ମିଳିପାରି ନାହିଁ |

Breaking News