Report Card Odisha

| Daily Odia News

ଜେଜେଙ୍କୁ ହତ୍ୟା କଲା ନାତି…..

ରିପୋର୍ଟ କାର୍ଡ / କଟକ

ନେମାଳ ଥାନା ଲେଣ୍ଡୁରା ଭଗବାନପୁର ଗାଁର ଜେଜେଙ୍କୁ ହତ୍ୟା କରି ଜେଜେମାଆଙ୍କୁ ଗୁରୁତର କରିବା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । କେବଳ ଟଙ୍କା ଓ ସୁନା ପାଇଁ ନାତି ଓମ୍ ପ୍ରକାଶ ମୁଦୁଲି ତାର ଜେଜେ ହୃଷିକେଶ ମୁଦୁଲିଙ୍କୁ ହତ୍ୟା କରିଛି। ଏହି ମାମଲାରେ ହୃଷିକେଶଙ୍କ ସମ୍ପର୍କୀୟ ନାତି ଓମ୍ ପ୍ରକାଶ ମୁଦୁଲି ଙ୍କୁ ପୋଲିସ ଗିରଫ କରିଛି। ଜେଜେ ଓ ଜେଜେମା କନକଲତା ମୁଦୁଲି ଶୋଇଥିବା ବେଳେ ପୂର୍ବ ଯୋଜନା ମୁତାବକ ଚୋରି ଉଦ୍ଦେଶ୍ୟରେ ଗଡରେଜ ଖୋଲିଥିଲା। ସେତିକିବେଳେ ଜେଜେ ତାହା ଦେଖିଦେଇଥିଲେ। ଏହି ସମୟରେ ଓମ୍ ପ୍ରକାଶ ଉତକ୍ଷିପ୍ତ ହୋଇ ଜେଜେଙ୍କୁ ସେ ରଖିଥିବା କଟୁରିରେ ମରଣାତ୍ମକ ଆକ୍ରମଣ କରିଥିଲା। ପରେ ପରେ ଜେଜେ ମାଆ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ଜେଜେଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହାକୁ ଦୁର୍ଘଟଣା ରୂପ ଦେବା ପାଇଁ ସେ ଘରେ କମ୍ବଳରେ ନିଆଁ ଲଗାଇ ଦେଇଥିଲା। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସାଲେପୁର ଏସଡିପିଓ ବିମଳ କୁମାର ବାରିକ ସୂଚନା ଦେଇଛନ୍ତି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଓମ୍ ପ୍ରକାଶଠାରୁ ୪ ହଜାର ୧୭୦ ଟଙ୍କା, ସୁନା ଚେନ , କାନଫୁଲ ହଳ, ରୁପା ଗହଣା, ସୁନା ଶଙ୍ଖା, ବାହୁଟି, ଫରୁଆ ସହ ମାରଣାସ୍ତ୍ର ଜବତ କରିଛି ପୋଲିସ । ତଥ୍ୟ ଅନୁଯାୟୀ ଲେଣ୍ଡୁରାଭଗବାନପୁର ଗ୍ରାମର ହୃଷୀକେଶ ମୁଦୁଲି ସ୍ଥାନୀୟ ଅନନ୍ତେଶ୍ବର ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟର କିରାଣି ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ।

Breaking News