ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରାୟ ୨ ଦଶନ୍ଧି ପରେ ମହାରାଷ୍ଟ୍ରରେ ଠାକରେ ଭାଇମାନଙ୍କୁ ଏକାଠି ହେଉଥିବାର ଦେଖାଯାଉଛି। କଳ୍ପନାଜଳ୍ପନା ଆରମ୍ଭ ହୋଇଛି ଯେ, ଦାଦା-ପୁତୁରା ଅର୍ଥାତ୍ ଶରଦ ପାୱାର ଏବଂ ଅଜିତ ପାୱାର ମଧ୍ୟ ମିଳନ ହୋଇପାରିବେ। ଏହି କଳ୍ପନାଜଳ୍ପନା ପରେ, ମହାରାଷ୍ଟ୍ରର ରାଜନୀତି ପୁଣି ସରଗରମ ହୋଇପଡ଼ିଛି। ବର୍ତ୍ତମାନ ଏନସିପି ରାଜ୍ୟ ସଭାପତି ସୁନୀଲ ତଟକରେ ଉଭୟ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ମିଶ୍ରଣ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି, ଦୁଇ ଏନସିପି ମଧ୍ୟରେ କୌଣସି ଆଲୋଚନା ଚାଲିନାହିଁ।ସୁନୀଲ ଦାବି କରିଛନ୍ତି, ଏବେ ଆମେ ଏନଡିଏ (ମହାୟୁତି)ରେ ଅଛୁ ଏବଂ ଏଠାରେ ରହିବାକୁ ସଂକଳ୍ପ ନେଇଛୁ। ଏନଡିଏରେ ଆମର ଅଂଶଗ୍ରହଣ ସ୍ପଷ୍ଟ। ଆଜି କୌଣସି ସମସ୍ୟା ନାହିଁ, କିନ୍ତୁ ଯଦି ଏପରି କୌଣସି ସମସ୍ୟା ଆଗକୁ ହେବ ତେବେ ଆମେ ବରିଷ୍ଠ ଭାଜପା ନେତାଙ୍କ ସହ ଆଲୋଚନା କରିବୁ ଏବଂ ତା’ପରେ ହିଁ ନିଷ୍ପତ୍ତି ନିଆଯିବ। ଦାଦା ଏବଂ ପୁତୁରାଙ୍କୁ ଅନେକ ଥର ଏକାଠି ଦେଖାଯାଇଛି। ଉଭୟ ସମୟ ସମୟରେ ସାକ୍ଷାତ କରିଥାଆନ୍ତି କିନ୍ତୁ ମିଶ୍ରଣ ଆଲୋଚନା କେବେବି ଅଧିକ ଗତି ପାଇ ନ ଥିଲା। ପାରିବାରିକ କାର୍ଯ୍ୟକ୍ରମରେ କିମ୍ବା କୌଣସି ରାଜନୈତିକ କାର୍ଯ୍ୟକ୍ରମରେ, ଉଭୟ ନେତାଙ୍କୁ ଗୋଟିଏ ଫ୍ରେମରେ ଏବଂ ଗୋଟିଏ ମଞ୍ଚରେ ଦେଖାଯାନ୍ତି। ତଥାପି, ଅବିଭକ୍ତ ଏନସିପି ପୁଣି ଥରେ ସମାନ ରୂପରେ ଫେରିବାର ସମ୍ଭାବନା କମ। ଶରଦ-ଅଜିତ ପାୱାର ଦୁଇ ବର୍ଷ ପାଇଁ ଅଲଗା ଅଛନ୍ତି ଶରଦ ପାୱାର ଦୀର୍ଘ ଦିନ ଧରି କଂଗ୍ରେସରେ ଥିଲେ ଏବଂ ତା’ପରେ୧୯୯୯ ମସିହାରେ ସେ ଜୁନ ୧୦ରେ ତାଙ୍କର ନୂତନ ଦଳ ଗଠନ କରିଥିଲେ। ଏହି ବର୍ଷ ଜୁନ ୧୦ରେ ପ୍ରତିଷ୍ଠା ଦିବସ ପାଳନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଅଜିତ ଏବଂ ଶରଦ ଉଭୟ ଗୋଷ୍ଠୀ ଏହି ସମାରୋହ ପାଇଁ ପୁଣେକୁ ବାଛିଥିଲେ। କିନ୍ତୁ, ୧୯୯୯ରୁ କାକାଙ୍କ ସହିତ ରହିବା ପରେ, ଜୁଲାଇ ୨୦୨୩ରେ, ଅଜିତ ତାଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ମହାୟୁତିର ଅଂଶ ହୋଇଥିଲେ। ଦାଦାଙ୍କଠାରୁ ବିଦ୍ରୋହ ଏବଂ ଭାଜପାକୁ ସମର୍ଥନ କରିବା ପରେ, ଅଜିତଙ୍କ ଦଳକୁ ପ୍ରକୃତ ଏନସିପି ଭାବରେ ମାନ୍ୟତା ଦିଆଯାଇଥିଲା।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..