Report Card Odisha

| Daily Odia News

ଘରୋଇ କଲେଜକୁ ମିଳିବ ସରକାରୀ ମାନ୍ୟତା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ କ୍ୟାବିନେଟରେ ଅନୁଦାନପ୍ରାପ୍ତ ସରକାରୀ କଲେଜର ଗ୍ରାଣ୍ଟ ଇନ୍ ଏଡ୍ ବୃଦ୍ଧି କରାଯାଇଥିଲା । ରାଜ୍ୟ ସରକାରଙ୍କର ଉକ୍ତ ନିଷ୍ପତ୍ତି ଫଳରେ ୧୫ ହଜାର ୭୭୧ ଜଣ ଶିକ୍ଷକ ଓ ଅଣଶିକ୍ଷକ ଉପକୃତ ହୋଇଥିଲେ । ଏହାଦ୍ୱାରା ରାଜ୍ୟ ସରକାରଙ୍କ ରାଜକୋଷରୁ ବାର୍ଷିକ ଅତିରିକ୍ତ ୨୯୦ କୋଟି ବ୍ୟୟ ବରାଦ କରାଯାଇଥିଲା । ତେବେ ଏହା ମଧ୍ୟରେ ରାଜ୍ୟ ସରକାର ଗ୍ରାଣ୍ଟ ଇନ୍ ଏଡ ପରିସରକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ଅଧିକ ସଂଖ୍ୟକ ଘରୋଇ କଲେଜକୁ ସରକାରୀ ମାନ୍ୟତା ମିଳିବ । ଏନେଇ ୨୦୦୮ ମସିହାରୁ ୨୦୧୩ ମଧ୍ୟରେ ପ୍ରତିଷ୍ଠା ହୋଇଥିବା କଲେଜ, ସେଥିରେ କାମ କରୁଥିବା ଅଧ୍ୟାପକ ଓ କର୍ମଚାରୀଙ୍କ ତାଲିକା ମଗା ଯାଇଛି । ଏହିସବୁ କଲେଜଗୁଡ଼ିକୁ ମାନ୍ୟତା ଓ ଦରମା ଦେବା ପାଇଁ ନୂଆ ଗ୍ରାଣ୍ଟ ଇନ୍ ପଲିସୀ କାର୍ଯ୍ୟକାରୀ ହେବ । ସେଥିପାଇଁ ସମସ୍ତ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସବିଶେଷ ତଥ୍ୟ ମଗାଯାଇଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସମସ୍ତ ଅଧ୍ୟାପକ ଓ କର୍ମଚାରୀମାନେ କୃତଜ୍ଞତା ଜଣାଇଛନ୍ତି । ୨୦୦୮ ପରଠାରୁ ୨୦୧୮ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ସମସ୍ତ କଲେଜକୁ ଏଥିରେ ଅନ୍ତର୍ଭୁକ୍ତ କରିବାକୁ ଲୋୟର ପିଏମଜିରେ ଆନ୍ଦୋଳନ କରୁଥିବା କର୍ମଚାରୀମାନେ ଅନୁରୋଧ କରିଥିବା ସୂଚନା ମିଳିଛି |

Breaking News