ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ-ଏନସିଆରରେ ସବୁଜ ବାଣ ଫୁଟାଇବା ନେଇ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀ-ଏନସିଆରରେ ଲୋକମାନେ କେବଳ ସବୁଜ ବାଣ ଫୁଟାଇ ଦୀପାବଳି ପାଳନ କରିବେ । ସବୁଜ ବାଣ ପ୍ରତିବନ୍ଧକ ଲଗାଇବା ପାଇଁ ତାଙ୍କ ଆଦେଶରେ ସଂଶୋଧନ କରିଛନ୍ତି ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟ ଅକ୍ଟୋବର ୧୮ରୁ ୨୧ତାରିଖ ପର୍ଯ୍ୟନ୍ତ ସବୁଜ ବାଣ ବ୍ୟବହାରକୁ ଅନୁମତି ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ସକାଳ ୬ରୁ ୭ଟା ଏବଂ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇପାରିବେ ଦିଲ୍ଲୀବାସୀ । ସୁପ୍ରିମକୋର୍ଟ କହିଛନ୍ତି ଯେ ଅକ୍ଟୋବର ୧୭ତାରିଖରୁ କେବଳ ସରକାରଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ସ୍ଥାନରେ ସବୁଜ ବାଣ ବିକ୍ରି କରାଯାଇପାରିବ । କେବଳ NEERI ଏବଂ PESO-ପ୍ରମାଣିତ ସବୁଜ ବାଣ ବ୍ୟବହାର କରିବାକୁ ଅନୁମତି ଦିଆଯିବ ଏବଂ ବାହାରୁ ବାଣ ଆମଦାନି ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ। ନିୟମ ଉଲ୍ଲଂଘନକାରୀଙ୍କୁ ଲାଇସେନ୍ସ ବାତିଲ ଏବଂ ଜରିମାନାର ସମ୍ମୁଖୀନ ହେବାକୁ ପଡିବ। ଦିଲ୍ଲୀ ସରକାରୀ ଅଧିକାରୀମାନଙ୍କୁ ବ୍ୟକ୍ତିଗତ ଭାବରେ ଦାୟୀ କରାଯିବ। କୌଣସି ପ୍ରକାରର ଶିଥିଳତାକୁ ବରଦାସ୍ତ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।






More Stories
କୌଣସି ଲକ୍ଡାଉନ୍ ହେବନି…..
ଶପଥ ନେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ….
ସିଏମ୍-ପିଏମ୍ ଆଲୋଚନା…..