ରିପୋର୍ଟ କାର୍ଡ / ବ୍ରହ୍ମପୁର
ବିଡିଓଙ୍କୁ ଦେଖା କରିବାକୁ ଯାଇ ଗତ ସୋମବାର ରାତିରୁ ଜିଆରଏସ୍ ଘରକୁ ଫେରି ନାହାନ୍ତି। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ଘଟିଛି। ନିଖୋଜ ବ୍ୟକ୍ତିଜଣକ ହେଲେ ପୁରୁଷୋତ୍ତମପୁର ବ୍ଳକ ସୁନାଥର ଓ ଶୋଳଘର ପଞ୍ଚାୟତରେ ଜିଆରଏସ ସ୍ୱାଗତ ପଣ୍ଡା । ସ୍ୱାମୀଙ୍କୁ ଖୋଜି ବାହାର କରିବାକୁ ପୁଲିସ୍ ନିକଟରେ ଗୁହାରି କରିଛନ୍ତି ସ୍ୱାଗତ ପଣ୍ଡାଙ୍କ ପତ୍ନୀ । ସୂଚନା ଅନୁଯାୟୀ, ସ୍ୱାଗତ ପଣ୍ଡା ପ୍ରାୟ ବର୍ଷେ ହେବ ପୁରୁଷୋତ୍ତମପୁର କଂସାରୀ ସାହିରେ ଭଡା ନେଇ ପରିବାର ସହ ରହୁଥିଲେ । ତାଙ୍କ ନିଜ ଘର ଛତ୍ରପୁର ଜେନାପଲ୍ଲୀରେ। ସୋମବାର ରାତି ପ୍ରାୟ ସାଡେ୯ଟାରେ ବିଡିଓଙ୍କୁ ଭେଟିବା ପାଇଁ କହି ଘରୁ ବାହାରିଯାଇଥିଲେ ସ୍ୱାଗତ । ମାତ୍ର ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରି ନ ଥିଲେ। ଏପରିକି ତାଙ୍କ ମୋବାଇଲ ସୁଇଚ୍ ଅପ୍ ଆସିଥିଲା। ଖୋଜାବା ପରେ ଏ ନେଇ ତାଙ୍କ ପତ୍ନୀ ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ କରିଛନ୍ତି।
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..