Report Card Odisha

| Daily Odia News

ଆଜିଠୁ ଜିଏସ୍‍ଟି ନୂଆଦର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜିଠୁ ଦେଶରେ ଲାଗୁ ହେଲା ସଂଶୋଧିତ ନୂଆ ସାମଗ୍ରୀ ଓ ସେବା ଶୁଳ୍କ(ଜିଏସ୍‍ଟି) । ଦେଶ ହିତରେ ଜିଏସଟିରେ ଏଭଳି ଆର୍ଥିକ ସଂସ୍କାର କରାଯାଇଛି । ନାଗରିକ ଦେବ ଭବଃ ଧାରାରେ ଏହାକୁ ଦେଶବାସୀ ସଞ୍ଚୟ ଉତ୍ସବ ରୂପେ ପାଳନ କରିବେ । ଜିଏସଟିରେ ଅନେକ ସାମଗ୍ରୀ ଓ ସେବା ସରଳ ଓ ଶସ୍ତା ହେବ । ଏଥର ଆୟକର ସ୍ଲାବରେ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ କରୁଥିବା କରଦାତାଙ୍କୁ ଆୟକର ମୁକ୍ତ କରାଯାଇଛି । ଉଭୟ ଆର୍ଥିକ ଫାଇଦାକୁ ଯୋଡିଲେ ଏହା ଦ୍ୱାରା ଦେଶବାସୀ ବାର୍ଷିକ ୨.୫ଲକ୍ଷ କୋଟି ଟଙ୍କା ସଞ୍ଚୟ କରିପାରିବେ । ଆର୍ଥିକ ଦୃଷ୍ଟିରୁ ଏହା ସିଧାସଳଖ ଦେଶକୁ ଫାଇଦା ଦେବ । ସୋମବାର ଠାରୁ ଦେଶରେ ଜିଏସଟି ୨.୦ କାର୍ଯ୍ୟକାରୀ ହେଉଛି । ଜିଏସଟି ୨.୦କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିବା ସହିତ ଏହା ଦେଶକୁ ଆର୍ଥିକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ ଏକ ବଡ ପଦକ୍ଷେପ ବୋଲି କହିଛନ୍ତି ମୋଦୀ । ଜିଏସଟି ୨.୦ କାର୍ଯ୍ୟକାରୀ ହେବାର କିଛି ଘଣ୍ଟା ପୂର୍ବରୁ ଅର୍ଥାତ୍‍ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଦୋବାସୀଙ୍କୁ ସମ୍ବୋଧନ କରିଥିଲେ ।

Breaking News