ରିପୋର୍ଟ କାର୍ଡ / ଭୁବନେଶ୍ୱର
ସରିଲା ପଞ୍ଚାୟତ ନିର୍ବାଚନକୁ ନେଇ ସର୍ବଳଦୀୟ ବୈଠକ | ଆଜି ବସିଥିବା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀ । କହିଛନ୍ତି କି ପଞ୍ଚାୟତ ନିର୍ବାଚନ ପାଇଁ ଗାଇଡ଼ଲାଇନ୍ ଆସିବ। ଇସିଆଇର ଗାଇଡ଼ଲାଇନକୁ ଆଧାର କରି ଗାଇଡ଼ଲାଇନ୍ ଅଣାଯିବ। ଆଜି ପଞ୍ଚାୟତ ନିର୍ବାଚନକୁ ନେଇ ଗାଇଡଲାଇନ୍ ଆସିବ । ତେବେ ବୈଠକରେ ସମସ୍ତ ରାଜନୈତିକ ଦଳ ସେମାନଙ୍କ ମତାମତ ରଖିଛନ୍ତି । କୋଭିଡ ଭିତରେ କିଭଳି ନିର୍ବାଚନ କରାଯିବ, ସେନେଇ ଆଲୋଚନା ହୋଇଛି । କୋଭିଡ ସମୟରେ ନିର୍ବାଚନ ନେଇ ଦଳମାନେ ନିଜ ନିଜ ମତ ଦେଇଛନ୍ତି । ନିର୍ବାଚନ ନେଇ କେନ୍ଦ୍ର ନିର୍ବାଚନ କମିଶନ ଗାଇଡଲାଇନ୍ କରିଛନ୍ତି ବୋଲି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀ କହିଛନ୍ତି ।






More Stories
୨୪ ରେ ବାରବାଟୀ ଟି-୨୦……
ଦୁଇ ଦିନ ସରକାରୀ କାର୍ଯ୍ୟାଳୟ ବନ୍ଦ…..
ବଢ଼ିବନି ବିଧାୟକଙ୍କ ଦରମା !…..