ରିପୋର୍ଟ କାର୍ଡ / ଭୁବନେଶ୍ୱର
ଫେକ୍ ସିମ୍ ରୋକିବା ପାଇଁ ଗାଇଡଲାଇନ ଜାରି ହୋଇଛି। କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ଜାରି ହୋଇଛି ନୂଆ ନିୟମ। କେବଳ ଆଧାର ସହ ଲିଙ୍କ ନମ୍ବରରେ କଲ କରିବେ ଟେଲି ଭେରିଫିକେସନ। ସ୍ଥାୟୀ ଦୋକାନ ଥିବା ଡିଲରମାନେ ବିକ୍ରି କରିପାରିବେ ସିମ୍ କାର୍ଡ। ଫେକ୍ ସିମ୍ ସଂପର୍କୀତ ଅଭିଯୋଗ ଗ୍ରହଣ ପାଇଁ ବ୍ୟବସ୍ଥା କରିବେ TSP। ଅଭିଯୋଗ ଗ୍ରହଣ ଓ ଡିଆକ୍ଟିଭେଟ୍ ବ୍ୟବସ୍ଥା କରିବେ ସର୍ଭିସ ପ୍ରୋଭାଇଡର୍। ସିମ୍ ଆକ୍ଟିଭେସନ ନିୟମ ଉଲ୍ଲଂଘନକାରୀ ପିଓଏସ୍ ବ୍ଲାକ ଲିଷ୍ଟେଡ ହେବେ। ନିୟମିତ ରିଚାର୍ଜ ହୋଇ ସ୍ଥାଣୁ ଥିବା ସିମ୍ ପ୍ରତି ନଜର ରଖିବେ TSP। ଫେକ ସିମ୍ ମିଳିଲେ TSP ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗାଇଡ୍ଲାଇନ୍ରେ ଉଲ୍ଲେଖ ରହିଛି






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା:କୋର୍ଟରେ ଆତ୍ମସମର୍ପଣ କଲେ ସଂଗ୍ରାମ ବେହେରା…..
ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କମ୍ୟୁନିଷ୍ଟ…..
ସ୍ବର୍ଣ୍ଣ ଜିତିଲେ ମୀରାବାଈ ଚାନୁ…..