Report Card Odisha

| Daily Odia News

ଆଜି ସରିବ ଗୁଜରାଟ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗୁଜରାଟରେ ବିଧାନସଭା ପାଇଁ ରାଜନୀତି ସରଗରମ ରହିଛି | ଆଜି ସରୁଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର । ଏଥିପାଇଁ ପ୍ରମୁଖ ରାଜନେତାମାନେ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପ୍ରମୁଖ ବରିଷ୍ଠ ନେତାମାନେ ପ୍ରଚାର ମଇଦାନକୁ ଓଲ୍ହାଇ ଶକ୍ତିପ୍ରଦର୍ଶନ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ‌ସୋମବାର ଦିନ ଗୁଜରାଟରେ ୪ଟି ସହରରେ ରାଲି କରିଛନ୍ତି। ମୋଦୀ ସୋମବାରଦିନ ରାଜକୋଟରେ ଏକ ରାଲିରେ ଉଦ୍‌ବୋଧନ ଦେଇଛନ୍ତି। ମୋଦୀ କହିଛନ୍ତି, ଚଳିତ ନିର୍ବାଚନ ୫ ବର୍ଷ ପାଇଁ ନୁହେଁ ବରଂ ଆଗାମୀ ୨୫ ବର୍ଷ ପାଇଁ ହେଉଛି। ମୋଦୀ ଜାମନଗର, କଚ୍ଛ, ଭାବନଗର ଏବଂ ରାଜକୋଟରେ ରୢାଲି କରିଛନ୍ତି। ମୋଦୀ କହିଛନ୍ତି, ପୂର୍ବରୁ ଗୁଜରାଟ ସାଇକେଲ୍‌ ନିର୍ମାଣ କରୁଥିଲା କିନ୍ତୁ ଏବେ ଏହା‌ ବିମାନ ନିର୍ମାଣ କରୁଛି। ମୋଦୀ କହିଛନ୍ତି, କଚ୍ଛ କଂଗ୍ରେସ ପାଇଁ ଏକ ବୋଝ ହୋଇଯାଇଛି କିନ୍ତୁ ମୁଁ କଚ୍ଛରେ ଥିବା ଶକ୍ତି ଏବଂ କଚ୍ଛର ଲୋକଙ୍କ ପାଖରେ ଥିବା ସାମର୍ଥ୍ୟକୁ ଦେଖିଛି। ମୋଦୀ ଆଜି ପୁଣିଥରେ ଭାରତ ଯୋଡ଼ୋ ଯାତ୍ରାରେ ନର୍ମଦା ବଚାଓ ଆନ୍ଦୋଳନର କାର୍ଯ୍ୟକର୍ତ୍ତା ମେଧା ପାଟକରଙ୍କ ଅଂଶଗ୍ରହଣକୁ ସମାଲୋଚନା କରିଛନ୍ତି। ଭାବନଗରର ପାଲିଟଣାରେ ଏକ ନିର୍ବାଚନ ରୢାଲିରେ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, ଗୁଜରାଟର ଲୋକମାନେ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କଂଗ୍ରେସ ଗୋଟିଏ ସମ୍ପ୍ରଦାୟର ଲୋକଙ୍କୁ ଅନ୍ୟ ସମ୍ପ୍ରଦାୟ ବିରୋଧରେ ମତାଇବା ନୀତି ଯୋଗୁଁ ରାଜ୍ୟ‌ରେ ବହୁତ କ୍ଷତି ହୋଇଛି। ତେବେ ଭାରତକୁ ଯେଉଁମ‌ାନେ ଭାଙ୍ଗୁଛନ୍ତି ଗୁଜରାଟ ଲୋକ ସେମାନଙ୍କୁ ସହଯୋଗ କରିବେନି ବୋଲି ମୋଦୀ କହିଛନ୍ତି। ଉଲ୍ଲେଖ ଯୋଗ୍ୟ ଗୁଜୁରାଟର ବିଧାନସଭା ନିର୍ବାଚନ ୨ ଟି ପର୍ଯ୍ୟରେ ହେବ | ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଡ଼ିସେମ୍ବର ୧ ରେ ହେଉଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ୫ ତାରିଖ ରେ ହେବ | ୮ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳ |

Breaking News