Report Card Odisha

| Daily Odia News

ରିଲିଫ୍‌ ଅଭି‌ଯାନରେ କେନ୍ଦ୍ର ସରକାର କୌଣସି ଉଦ୍ୟମ ବାଦ ଦେବେନାହିଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗୁଜରାଟର ମୋର୍‌ବୀ ଝୁଲାପୋଲ ଅଘଟଣ ପରେ ଚାଲିଥିବା ରିଲିଫ୍ ଓ ଉଦ୍ଧାର ଅଭିଯାନରେ କେନ୍ଦ୍ର ସରକାର କୌଣସି ଉଦ୍ୟମ ବାଦ ଦେବେ ନାହିଁ ବୋଲି ଆଜି ଗୁଜରାଟରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦୁର୍ଘଟଣା ଯୋଗୁଁ ପ୍ରଭାବିତ ଜନତାଙ୍କ ପ୍ରତି ମୋର ସମବେଦନା କଥା ଆପଣଙ୍କୁ ପୂର୍ବରୁ ମଧ୍ୟ କହିସାରିଛି। ମୋ ଜୀବନକାଳରେ ଏଭଳି ଦୁଃଖ କ୍ବଚିତ୍‌ ପାଇଥିବି। ଗୋଟିଏ ପଟେ ଯନ୍ତ୍ରଣା-ବିକ୍ଷତ ମନ, ଆର ପଟେ କର୍ତ୍ତବ୍ୟର ପଥ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କ ପ୍ରତି ସବବେଦନା ଜ୍ଞାପନ କରୁଛି। ଏଭଳି ଦୁଃଖଦ ବେଳାରେ ସବୁ କ୍ଷେତ୍ରରେ ସରକାର ଶୋକାର୍ତ୍ତ ପରିବାରବର୍ଗଙ୍କ ନିକଟରେ ଉପସ୍ଥିତ ଅଛନ୍ତି। ଗୁଜରାଟ ସରକାର ଗତକାଲିଠାରୁ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ଚଳାଇ ଆସୁଛନ୍ତି। କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ସରକାରଙ୍କୁ ସମସ୍ତ ସାହାଯ୍ୟ ଯୋଗାଇ ଦେଉଛନ୍ତି। ଆଜି ଏକତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେୱାଡ଼ିଆସ୍ଥିତ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ରେ ସର୍ଦାର୍‌ ବଲ୍ଲଭ ଭାଇ ପଟେଲ୍‌ଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ମୁଁ ଏକତା ନଗରୀରେ ଉପସ୍ଥିତ, କିନ୍ତୁ ମୋ ମନ ମୋର୍‌ବୀର ଦୁର୍ଦ୍ଦଶାଗ୍ରସ୍ତଙ୍କ ନିକଟରେ।

 

 

Breaking News