Report Card Odisha

| Daily Odia News

ବ୍ୟାପୁଛି ଗୁଲେନବାରି ସିଣ୍ଡ୍ରମ ଭୂତାଣୁ…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ଦେଶରେ ଆଉ ଏକ ମାରାତ୍ମକ ଭୂତାଣୁ ବ୍ୟାପିବାରେ ଲାଗିଛି। ଯାହାର ନାମ ରହିଛି ଗୁଲେନବାରି ସିଣ୍ଡ୍ରମ । ଏହା ଏକ ଜଳବାହିତ ରୋଗ। ଏହି ରୋଗ ହେଲେ ରୋଗୀ ଦୁର୍ବଳ ହେବା ସହ ପକ୍ଷାଘାତ ରୋଗରେ ଶିକାର ହେଉଛନ୍ତି। ମହାରାଷ୍ଟ୍ର ଏବଂ ଗୁଜୁରାଟରେ ଏହି ମାମଲା ଦେଖାଦେଲାଣି । ଏପରିକି ପଶ୍ଚିମବଙ୍ଗରେ ବି ଏପରି ରୋଗୀ ଚିହ୍ନଟ ହେଲେଣି । ତେଣୁ ଓଡିଶା ପ୍ରତି ଭୟ ରହିଛି। ହେଲେ ଏଯାଏଁ କେନ୍ଦ୍ର ସରକାର କୌଣସି ନିର୍ଦ୍ଦିଷ୍ଟ ଗାଇଡଲାଇନ ଦେଇନାହାନ୍ତି । ସେପଟେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସତର୍କ ରହିଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।

Breaking News