ରିପୋର୍ଟ କାର୍ଡ / ସମ୍ବଲପୁର
ଉଚ୍ଚ ଶିକ୍ଷାନୁଷ୍ଠାନକୁ ଭଲ ରାଙ୍କ୍ ପାଇଁ ଲାଞ୍ଚ ମାମଲାରେ ଗିରଫ ହୋଇଥିବା ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ପ୍ରଫେସର ବୁଲୁ ମହାରଣାଙ୍କ ଘରେ ସିବିଆଇ ଚଢାଉ କରିଛି । ଜ୍ୟୋତି ବିହାର ସ୍ଥିତ ସରକାରୀ ବାସଭବନରେ ପହଞ୍ଚି ଖୋଳତାଡ ଆରମ୍ଭ କରିଛି ସିବିଆଇ ଟିମ୍। ଘରୋଇ ବିଦ୍ୟାଳୟର ରେଟିଂ ପାଇଁ ଲାଞ୍ଚ ନେଇ ଗିରଫ ହୋଇଛନ୍ତି ବୁଲୁ ମହାରଣା। ତେବେ ଏହି ଘଟଣାରେ ବୁଲୁ ମହାରଣା ଗିରଫ ହେବା ପରେ ସିବିଆଇ ତାଙ୍କ କ୍ଵାଟର୍ସକୁ ସିଲ୍ କରିଥିଲା। ଆଜି ସିବିଆଇ ଟିମ୍ ସିଲ୍ ଖୋଲିବା ସହ ଯାଞ୍ଚ କରୁଛି। ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ର ଲାଇଫ୍ ସାଇନ୍ସ ବିଭାଗର ପ୍ରଫେସର ହେଉଛନ୍ତି ବୁଲୁ ମହାରଣା। ନାକ୍ ଟିମର ସଦସ୍ୟ ଭାବେ ହାଇଦ୍ରାବାଦର ଏକ ଘରୋଇ ବିଶ୍ଵ ବିଦ୍ୟାଳୟକୁ ଭଲ ରେଟିଂ ଦେବା ପାଇଁ ଲାଞ୍ଚ ମାମଲାରେ ଗତ ୧ ତାରିଖରେ ସିବିଆଇ ତାଙ୍କୁ ଗିରଫ କରିଥିଲା।






More Stories
ଆଜି ପ୍ରବଳ ବର୍ଷିବ,୫ ଜିଲ୍ଲାକୁ ରେଡ୍ ଓ୍ବାର୍ନିଂ ଜାରି…..
ଶାହଙ୍କ ଓଡିଶା ଗସ୍ତ ବାତିଲ…..
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……