ରିପୋର୍ଟ କାର୍ଡ / ମାଲକାନଗିରି
ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ପୋଲିସ ସୂଚନାଦାତା ଦର୍ଶାଇ ଦୁଇ ଜଣ ଗ୍ରାମବାସୀଙ୍କୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ତରେମ ଥାନା ଅନ୍ତର୍ଗତ ବୁଦୁଗିଚେରୁ ଗ୍ରାମରେ ସଶସ୍ତ୍ର ନକ୍ସଲ ପହଞ୍ଚିଥିଲେ। ଗ୍ରାମର କାରମ ରାଜୁ(୩୨) ଏବଂ ମାଡ଼ବି ମୁନ୍ନା(୨୭)ଙ୍କୁ ଘରୁ ଅପହରଣ କରି ଜଙ୍ଗଲକୁ ନେଇଥିଲେ। ଜଙ୍ଗଲରେ ପୋଲିସ କୁ ଲଗାତାର ସୂଚନା ଦେଉଥିବାରୁ ପ୍ରଥମେ ନିସ୍ତୁକ ମାଡ଼ ମାରିଥିଲେ। ଏମାନଙ୍କ ସୂଚନା ଦ୍ୱାରା ନକ୍ସଲ ସଂଗଠନର ବହୁ କ୍ଷତି ହୋଇଥିବା ନକ୍ସଲ କହିଥିଲେ। ତେଣୁ ଦୁଇ ଗ୍ରାମବାସୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ତରେମ ଥାନା ଅନ୍ତର୍ଗତ ବୁଦୁଗିଚେରୁ ଗ୍ରାମରେ ସଶସ୍ତ୍ର ନକ୍ସଲ ପହଞ୍ଚିଥିଲେ। ଗ୍ରାମର କାରମ ରାଜୁ(୩୨) ଏବଂ ମାଡ଼ବି ମୁନ୍ନା(୨୭)ଙ୍କୁ ଘରୁ ଅପହରଣ କରି ଜଙ୍ଗଲକୁ ନେଇଥିଲେ। ଜଙ୍ଗଲରେ ପୋଲିସ କୁ ଲଗାତାର ସୂଚନା ଦେଉଥିବାରୁ ପ୍ରଥମେ ନିସ୍ତୁକ ମାଡ଼ ମାରିଥିଲେ। ଏମାନଙ୍କ ସୂଚନା ଦ୍ୱାରା ନକ୍ସଲ ସଂଗଠନର ବହୁ କ୍ଷତି ହୋଇଥିବା ନକ୍ସଲ କହିଥିଲେ। ତେଣୁ ଦୁଇ ଗ୍ରାମବାସୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଦୁହିଁଙ୍କୁ ହତ୍ୟା କରି ଗ୍ରାମରେ ଆଣି ଫିଙ୍ଗି ଦେଇଥିଲେ। ଆଜି ସକାଳେ ପରିବାର ଲୋକେ ପୋଲିସ କୁ ଖବର ଦେବା ପରେ ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।





More Stories
ହର୍ମୁଜ୍ ଖୋଲିବା ଆମର ପ୍ରାଥମିକତା…..
ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା…..
୨୬ରେ ମୌସୁମୀ ଛୁଇଁବ କେରଳ!…..