Report Card Odisha

| Daily Odia News

ସ୍କୁଲରେ ଗୁଳିକାଣ୍ଡ,୨ ଛାତ୍ର ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକା କାର୍ଲିଫଣ୍ଣିଆର ଡେସ୍ ମୋଇନେସ୍ ସ୍ଥିତ ଏକ ସ୍କୁଲରେ ଗୁଳିକାଣ୍ଡ ଘଟିଛି । ଗୁଳିକାଣ୍ଡରେ ୨ ଛାତ୍ରଙ୍କ ମୃତ୍ୟୁ ସହ ଜଣେ ଶିକ୍ଷକ ଗୁରୁତର ଥିବା ସୂଚନା ମିଳିଛି । ସେନ୍ ମେଣ୍ଟୋ ପୋଲିସଙ୍କ ସୂଚନା ଅନୁସାରେ, ସୋମବାର ମୋଇସେନ ସହରର ଏକ ସ୍କୁଲରେ ଗୁଳିକାଣ୍ଡରେ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଏହା ମଧ୍ୟରେ ଜଣେ ଶିକ୍ଷକ ଗୁରୁତର ଅବସ୍ଥାରେ ଅଛନ୍ତି । ଡେସ୍ ମୋଇନେସ ପୋଲିସ ୨ଜଣଙ୍କୁ ମୃତ୍ୟୁ ଘୋଷଣା କରିଛି । ଆହତ ଶିକ୍ଷକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । କାର୍ଲିଫଣ୍ଣିଆର ସ୍ଥାନୀୟ ନେତାମାନେ ଟ୍ୱିଟ କରି କହିଛନ୍ତି ଯେ, ଆମ ସ୍ଥାନୀୟ ଜିଲ୍ଲାରେ ଗୁଳିକାଣ୍ଡ ଯୋଗୁଁ ସାଧାରଣ ଜନତାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରୁଛୁ । ଏଥିପାଇଁ ସ୍ଥାନୀୟ ପୋଲିସ ପ୍ରଶାସନକୁ କଡ଼ା କରାଯିବ । ଏହି ଘଟଣାରେ ଏକାଧିକ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ପୋଲିସ ।

 

Breaking News