ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶ୍ରୀଲିଙ୍ଗରାଜ ମନ୍ଦିରରେ ପଶିଲା ବନ୍ଧୁକଧାରୀ ଯୁବକ। ଆନନ୍ଦ ବଜାରରେ କିଛି ସେବାୟତ ଉକ୍ତ ଯୁବକକୁ କାବୁକରି ଫାଣ୍ଡି ପୋଲିସ ଜିମା ଦେଇଛନ୍ତି। ଉକ୍ତ ଯୁବକକୁ ଶ୍ରୀଲିଙ୍ଗରାଜ ଥାନାକୁ ହସ୍ତାନ୍ତର କରାଯାଇଛି। ସନ୍ଦିଗ୍ଧ ଯୁବକ ହେଲେ କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳର ବିକ୍ରମ ସ୍ବାଇଁ। ସେ ନିଜକୁ ଜଣେ ପିଏସଓ ବୋଲି ସେବାୟତଙ୍କୁ ପରିଚୟ ଦେଇଛି। ଉକ୍ତ ଯୁବକ ସହ ଅନ୍ୟଜଣେ ଯୁବକ ସାଙ୍ଗରେ ଥିଲେ। ସେ ହେଲେ କଟକରେ ଏକ ମୋବାଇଲ ଦୋକାନ କରିଥିବା ଜଗତସିଂହପୁର ଜିଲ୍ଲାର ଦେବାଶିଷ ମହାରଣା।କେଉଁ ପରିସ୍ଥିତିରେ ଯୁବକ ସାଦା ପୋଷାକରେ ଅଣ୍ଟାରେ ବନ୍ଧୁକ ଖୋସି ମନ୍ଦିର ଭିତରେ ପଶିଥିଲେ ତାହାକୁ ନେଇ ସନ୍ଦେହ ସୃଷ୍ଟି କରିଛି। ଏ ନେଇ ଫାଣ୍ଡି ଅଧିକାରୀ ଏଏସ୍ଆଇ ସୁବାସ ନାୟକ ପୋଲିସ ପିସିଆର ଡ଼ାକି ଯୁବକକୁ ଶ୍ରୀଲିଙ୍ଗରାଜ ଥାନାକୁ ପଠାଇଛନ୍ତି। ଯୁବକ ସହ ତା’ର ମାଲିକକୁ ଶ୍ରୀଲିଙ୍ଗରାଜ ଥାନା ଜିମା ଦିଆଯାଇଛି। ପୋଲିସ ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..