ରିପୋର୍ଟ କାର୍ଡ / ଗୁଆହାଟୀ
ଆସାମ ଗୁଆହାଟୀ ବିମାନବନ୍ଦରରେ ଅଘଟଣ। ଗୁଆହାଟୀର ଲୋକପ୍ରିୟ ଗୋପୀନାଥ ବର୍ଦ୍ଦୋଳୋଇ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ବାହାରେ ଛାତର ଏକ ଅଂଶ ହଠାତ ବର୍ଷା ଓ ଝଡତୋଫାନ କାରଣରୁ ଭୁଶୁଡି ପଡିଥିଲା। ସ୍ୱାଭାଗ୍ୟବଶତଃ ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି। ହେଲେ ବିମାନ ବନ୍ଦର କାର୍ଯ୍ୟ କିଛି ସମୟ ବନ୍ଦ ହୋଇଯାଇଛି। ଏହି ବିମାନବନ୍ଦରରୁ ଉଡାଣ ଭରିବାକୁ ଥିବା ୬ଟି ଯାକ ବିମାନ ଗତିପଥ ପରିବର୍ତ୍ତନ କରାଯାଇଥିଲା। ଘଟଣା ପରେ ବିମାନବନ୍ଦର ମୁଖ୍ୟ ଅଧିକାରୀ ଉତ୍ପଳ ବରୁୱା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ବିମାନବନ୍ଦର ଛାତ ବହୁତ ପୁରୁଣା ଥିଲା। ପ୍ରବଳ ବର୍ଷା ଓ ଝଡତୋଫାନ ଯୋଗୁ ଛାତଟି ଭୁଶୁଡି ପଡିଥିଲା। ଏହସହିତ ପ୍ରବଳ ଝଡତୋଫାନ ଯୋଗୁ ବିମାନବନ୍ଦର ପରିସରରେ ଥିବା ଏକ ବିରାଟ ଗଛ ମଧ୍ୟ ଉପୁଡିପଡିଥିବା ସେ କହିଛନ୍ତି।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..