Report Card Odisha

| Daily Odia News

ଜ୍ଞାନବାପି ମସ୍‌ଜିଦ୍‌ ସର୍ଭେ ମାମଲାରେ ରହିତାଦେଶ ଜାରି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜ୍ଞାନବାପି ମସ୍‌ଜିଦ୍‌ ପରିସରରେ ସର୍ଭେ କରିବା ପାଇଁ ‘ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ’କୁ ବାରାଣସୀ ଡିଷ୍ଟ୍ରିକ୍ଟ୍‌ କୋର୍ଟ ଦେଇଥିବା ଆଦେଶ ଉପରେ ସୁପ୍ରିମ୍‌ କୋର୍ଟ ରହିତାଦେଶ ଜାରି କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ରହିତାଦେଶ ଜୁଲାଇ ୨୬ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିଛି ପୂର୍ବରୁ ଥିବା କୌଣସି ହିନ୍ଦୁ ମନ୍ଦିର ଉପରେ ଜ୍ଞାନବାପି ମସ୍‌ଜିଦ୍‌ ନିର୍ମିତ ହୋଇଛି କି, ନାହିଁ, ନିର୍ଦ୍ଧାରଣ କରିବା ପାଇଁ ‘ଏଏସ୍‌ଆଇ’କୁ ସର୍ଭେ ଲାଗି ଅନୁମତି ଦିଆଯାଇଥିଲା। ଜୁଲାଇ ୨୬ ତାରିଖରେ ଏହି ମାମଲାକୁ ବିଚାରକୁ ନେବା ପାଇଁ ସୁପ୍ରିମ୍‌ କୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି। ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଆଦେଶ ଦେଇଛନ୍ତି ଯେ, ବାରାଣସୀର କାଶୀ ବିଶ୍ବନାଥ ମନ୍ଦିର ପାର୍ଶ୍ବରେ ଅବସ୍ଥିତ ଏହି ମସ୍‌ଜିଦ୍‌ ଗୋଟାଏ ମନ୍ଦିର ଉପରେ ନିର୍ମିତ ହୋଇଛି କି, ନାହିଁ, ବୋଲି ନିର୍ଦ୍ଧାରଣ କରିବା ଲାଗି ‘ଏଏସ୍‌ଆଇ’ କୌଣସି ଖୋଳାଖୋଳି କାମ କରିପାରିବ ନାହିଁ। ସେହିପରି, ମସ୍‌ଜିଦ୍‌ କମିଟି ଫାଇଲ୍‌ କରିଥିବା ଆବେଦନର ଆଜି ଶୁଣାଣି କରିବା ଲାଗି ମଧ୍ୟ ସୁପ୍ରିମ୍‌ କୋର୍ଟ ରାଜି ହୋଇଛନ୍ତି। ମସ୍‌ଜିଦ୍‌ କମିଟି ତରଫରୁ ଅଦାଲତରେ ହାଜର ହୋଇଥିଲେ ବରିଷ୍ଠ ଆଡ୍‌ଭୋକେଟ୍‌ ହୁଜେଫା ଅହମଦି। ଏହି ମାମଲାର ଜରୁରୀକାଳୀନ ଶୁଣାଣି ଲାଗି ତାଙ୍କ ଆବେଦନ ପ୍ରତି ଅଦାଲତ ଦୃଷ୍ଟି ଦେଇଥିଲେ। ଅପରାହ୍ଣ ୨ଟାରେ ଏହି ଆବେଦନର ଶୁଣାଣି କରାଯିବ ବୋଲି ସୁପ୍ରିମ୍‌ କ‌ୋର୍ଟ କହିଛନ୍ତି।

Breaking News