ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜଧାନୀ ଭୁବନେଶ୍ୱରରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି | ଏୟାର ଫିଲ୍ଡ ଥାନା ଅଞ୍ଚଳର ସୁନ୍ଦରପଦା ବେହେରା ସାହିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାରକରିଛି। ମୃତକ ହେଲେ ଅଜିତ କୁମାର। ଗତ ୨ବର୍ଷ ହେଲା ଅଜିତସୁନ୍ଦରପଦା ବେହେରା ସାହି ଭଡ଼ାରେ ରହି ଆସୁଥିଲେ। ଗତକାଲି ରାତିରେ ଅଜିତଙ୍କ ମୃତଦେହ ଘରେ ଝୁଲିଥିବା ଘର ମାଲିକ ଦେଖିଥିଲେ। ଏନେଇ ପୋଲିସ ଖବର ଦେଇଥିଲେ।ପୁଲିସ ମୃତଦେହକୁ ଉଦ୍ଧାର କରିବା ବ୍ୟବଚ୍ଛେଦ ପଠାଇଛି । ଅଜିତଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତତ ତାର କାରଣ ଜଣାପଡ଼ି ପାହିଁ। ପୁଲିସ ଅଜିତଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି। ଗତକାଲି ରାତିରେ ଅଜିତଙ୍କ ସହ କିଛି ଯୁବକଙ୍କର ପାଟିତୁଣ୍ଡ ହୋଇଥିଲା ସୂଚନା ମିଳିଛି। ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ଘଯଣାର ତଦନ୍ତ କରୁଛି।






More Stories
ରାଜ୍ୟ ସରକାରଙ୍କୁ ଜୋରିମାନା…..
ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାଁ ଘୋଷଣା କଲା ଭାଜପା…..
ହେବ ନାହିଁ ବିଦ୍ୟୁତ୍ କାଟ୍…..