ରିପୋର୍ଟ କାର୍ଡ / ଯାଜପୁର
ବରଗଛରୁ ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର କରାଯାଇଛି | ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଗଣପତି ପାଟଣା ଗାଁରେ। ଗଣପତି ପାଟଣା ଗ୍ରାମର ଏକ ନିଛାଟିଆ ବିଲ ମଝିରେ ଥିବା ବରଗଛରେ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତଦେହ ଝୁଲୁଥିବା ଦେଖି ଗ୍ରାମବାସୀମାନେ ମଙ୍ଗଳପୁର ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାସ୍ଥଳରୁ ଏକ ଏୟାର ବ୍ୟାଗ୍, ସିନ୍ଦୂର ଡବା ଓ ଜୋତା ଆଦି ପୁଲିସ୍ ଜବତ କରିଛି। ଏହା ପ୍ରେମ ଜନିତ ଆତ୍ମହତ୍ୟା ବୋଲି ସ୍ଥାନୀୟ ଲୋକ କହୁଥିବା ବେଳେ ଉଭୟ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଛି। ଶବ ବ୍ୟବଛେଦ ରିପୋର୍ଟ ଆସିଲେ ସେମାନଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ମଙ୍ଗଳପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
More Stories
ପ୍ରଫେସରଙ୍କ ଘରେ ସିବିଆଇ ରେଡ଼…..
ରେଳ ୱାଗନରୁ ୧୨ଟି ବୋମା ଜବତ…..
୧୨ ବର୍ଷୀୟ ନାବାଳିକା ଉପରେ ଚଢ଼ିଗଲା ମୋ ବସ……