ରିପୋର୍ଟ କାର୍ଡ / ମୁମ୍ବାଇ
ଦୀର୍ଘ ୫ ଦଶନ୍ଧି ଧରି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଥିବା ବଲିଉଡର ଶେହନଶାହ ବିଗ୍ ବି ଅମିତାଭ ବଚ୍ଚନ ଆଜି ୭୯ ବର୍ଷ ବୟସରେ ପାଦ ଥାପିଛନ୍ତି । ୧୯୪୨ ମସିହା ଅକ୍ଟୋବର ୧୧ରେ ତାଙ୍କର ଜନ୍ମ ଆହ୍ଲାବାଦରେ ହୋଇଥିଲା । ଟ୍ରାଜେଡି, କମେଡ଼ି, ଆକ୍ସନ, ରୋମାନ୍ସ କିମ୍ବା ପାରିବାରିକ ସିନେମା ହେଉ ସବୁ ଚରିତ୍ରରେ ସେ ଫିଟ୍। ଆଖି ପାଉ ନ ଥିବା ଉଚ୍ଚତା ସାଙ୍ଗକୁ ଦମଦାର ଡାଏଲଗ୍ । ଏପରି ଭିନ୍ନ ଭିନ୍ନ ଚରିତ୍ରରେ ଦୀର୍ଘ ୫ ଦଶନ୍ଧି ଧରି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛନ୍ତି ବଲିଉଡର ଶେହନଶାହ ଅମିତାଭ ବଚ୍ଚନ |ପ୍ରତି ଭାରତୀୟଙ୍କ ହୃଦୟରେ ରାଜ୍ କରୁଥିବା ଅମିତାଭଙ୍କ ନିକଟକୁ ସାରା ଦେଶରୁ ଛୁଟୁଛି ଜନ୍ମଦିନର ଶୁଭେଚ୍ଛାର ସୁଅ। ପ୍ରସିଦ୍ଧ ହିନ୍ଦୀ କବି ହରିବଂଶରାୟ ବଚ୍ଚନ ଓ ମା ତେଜି ବଚ୍ଚନଙ୍କ ବଡ଼ ପୁଅ ଭାବେ ୧୯୪୨ ମସିହାରେ ଆହ୍ଲାବାଦରେ ଜନ୍ମ ନେଇଥିଲେ ଇନକଲାବ୍ ଶ୍ରୀବାସ୍ତବ ତଥା ଆଜିର ଅମିତାଭ୍ ବଚ୍ଚନ । ୧୯୬୯ରେ ପ୍ରଥମେ ମୃଣାଳ ସେନ୍ଙ୍କ ‘ଭୁବନ ସୋମ୍’ରେ କଣ୍ଠଦାନ ପରେ, ସେହି ବର୍ଷ ‘ସାତ୍ ହିନ୍ଦୁସ୍ତାନୀ’ରେ ଅଭିନେତା ଭାବେ ଡେବ୍ୟୁ କରିଥିଲେ । ତେବେ ୧୯୭୩ରେ ‘ଜଞ୍ଜିର’ ଫିଲ୍ମ ତାଙ୍କୁ ଦେଇଥିଲା ଅଭୁତପୂର୍ବ ଲୋକପ୍ରିୟତା ।

ସେବେଠୁ ଦୀର୍ଘ ୫୦ ବର୍ଷର କ୍ୟାରିୟର୍, ୧୯୦ରୁ ଅଧିକ ଫିଲ୍ମ ତା ଭିତରେ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମବିଭୂଷଣ ସହ ୪ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଭଳି ମିଳିଛି ଅଜସ୍ର ସମ୍ମାନ ଓ ପ୍ରଶଂସା। ୨୦୧୮ ପାଇଁ ଦାଦା ସାହେବ ଫାଲ୍କେ ପୁରସ୍କାର ଅମିତାଭଙ୍କୁ ଆଣିଛି ସ୍ୱତନ୍ତ୍ର ପରିଚୟ । ଛୋଟ ପରଦାରେ କୌନ ବନେଗା କରୋଡ଼ପତିର ସଂଚାଳକ, ଜଣେ କବି ଓ କଣ୍ଠଶିଳ୍ପୀ ଭାବେ ମଧ୍ୟ ବିଗ୍ ବିଙ୍କର ରହିଛି ସ୍ୱତନ୍ତ୍ର ପ୍ରସିଦ୍ଧି । ୧୯୭୫ରେ ଏକ ଓଡ଼ିଆ ଫିଲ୍ମ ମୁକ୍ତାରେ ଶତୃଘ୍ନ ସିହ୍ନା ଓ ରେଖାଙ୍କ ସହ ଅଭିନୟ କରିଥିଲେ ଅମିତାଭ । ହେଲେ ତାହା ରିଲିଜ୍ ହୋଇପାରି ନଥିଲା (ପାର ଡାଏଲଗ୍) ତେବେ କ୍ୟାରିୟରର ସେକେଣ୍ଡ୍ ଇନିଂସରେ ପୂର୍ବାପେକ୍ଷା ଅଧିକ ଶାଣିତ ଅଭିନୟ ଯାଦୁ ଦର୍ଶକଙ୍କୁ ଯୋଗାଇଛି ଭରପୁର ମନୋରଞ୍ଜନ।






More Stories
ପରଲୋକରେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର ଦେଓଲ…..
ଆଜି ଜନ୍ମମାଟିରେ ହେବ ହ୍ୟୁମାନଙ୍କ ଶେଷକୃତ୍ୟ……
ଡିଜେ ନେଲା ଯାତ୍ରା କଳାକାର ଦେବୀ ରଥଙ୍କ ଜୀବନ!…..