Report Card Odisha

| Daily Odia News

ବ୍ରିଟେନ ଠାରୁ ୪-୩ ଗୋଲରେ ହାରିଲା ଭାରତୀୟ ମହିଳା ହକି ଦଳ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ନିରାଶ ହୋଇଛି। ଦମଦାର ପ୍ରଦର୍ଶନ କରି ମହିଳା ଭାରତୀୟ ଦଳ ଗ୍ରେଟ ବ୍ରିଟେନ ଠାରୁ ୪-୩ ଗୋଲରେ ପରାସ୍ତ ହୋଇଛନ୍ତି। ପ୍ରଥମ କ୍ୱାର୍ଟରରେ ଗ୍ରେଟ ବ୍ରିଟେନ ଆଧିପତ୍ୟ ବିସ୍ତାର କରି ଖେଳିଥିବାବେଳେ ଦ୍ୱିତୀୟ କ୍ୱାର୍ଟରର ୪ ମିନିଟ ମଧ୍ୟରେ ଭାରତୀୟ ମହିଳା ଦଳ ୩ଟି ଗୋଲ ସ୍କୋର କରିବାରେ ସଫଳ ହୋଇଥିଲେ। ଦଳ ପକ୍ଷରୁ ଗୁରଜିତ କୌର ୨ଟି ଏବଂ ବନ୍ଦନା କାଟାରିଆ ଗୋଟିଏ ଗୋଲ ସ୍କୋର କରିଥିଲେ। ତେବେ ଗ୍ରେଟ ବ୍ରିଟେ ଭାରତକୁ ଆଉ ସୁଯୋଗ ନଦେଇ ଚତୁର୍ଥ କ୍ୱାର୍ଟର ପର‌୍ୟ୍ୟନ୍ତ ମ୍ୟାଚରେ ୪-୩ ଗୋଲରେ ଅଗ୍ରଣୀ ରହିବା ସହିତ ବିଜୟ ହାସଲ କରିଥିଲା। ଏଥିସହିତ ଅଲିମ୍ପିକ୍ସ ପଦକ ହାସଲ କରି ଭାରତୀୟ ମହିଳା ହକି ଦଳ ଇତିହାସ ରଚିବା ସ୍ୱପ୍ନ ଧୂଳିସାତ ହୋଇଯାଇଛି।

Breaking News