Report Card Odisha

| Daily Odia News

ଡକ୍ଟର ହରିନୀ ଅମରସୁରୀୟା ହେଲେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ନ୍ୟାସନାଲ ପିପୁଲ୍ସ ପାୱାରର ସାଂସଦ ଡକ୍ଟର ହରିନୀ ଅମରସୁରୀୟା ଆଜି ଶପଥ ଗ୍ରହଣ କରିଛନ୍ତି। ଆଜି ରାଷ୍ଟ୍ରପତି ସଚିବାଳୟରେ ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି। ନିର୍ବାଚନର ଗୋଟିଏ ଦିନ ପରେ ଗତକାଲି ଶ୍ରୀ ଦିସାନାୟକେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ନ୍ୟାସନାଲ ପିପୁଲ୍ସ ପାୱାର ସାଂସଦ ବିଜିଥ ହେରାଥ ଏବଂ ଲକ୍ଷ୍ମଣ ନିପୁନ ଆରାଚି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସୂଚନା ଅନୁସାରେ ଅନୁରା କୁମାର ଦିଶାନାୟକେ ହେଉଛନ୍ତି ଶ୍ରୀଲଙ୍କାର ପ୍ରଥମ ବାମପନ୍ଥୀ ନେତା, ଯିଏକି ରାଷ୍ଟ୍ରପତି ହୋଇଛନ୍ତି। ସେ ବିପକ୍ଷ ଦଳର ସଜିତ ପ୍ରେମଦାସାଙ୍କୁ ବିପୁଳ ଭୋଟ୍ ବ୍ୟବଧାନରେ ହରାଇ ଏହି ପଦ ଅଳଙ୍କୃତ କରିଛନ୍ତି। ସୋମବାର ସେ ରାଷ୍ଟ୍ରପତି ଭାବେ ଶପଥ ନେବେ। ରାଷ୍ଟ୍ରପତି ଅନୁରା କୁମାରା ଦିଶାନାୟକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା ବାର୍ତ୍ତାର ପ୍ରତିକ୍ରିୟା ଦେଇ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Breaking News