Report Card Odisha

| Daily Odia News

ନଫେ ସିଂହ ରାଠୀଙ୍କ ହତ୍ୟା: ଆଉ ୩ ଜଣଙ୍କ ନାମରେ ମାମଲା ରୁଜୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗତ ୨୫ ତାରିଖରେ ହରିଆଣାର ଜଣେ ନାମୀଦାମୀ ରାଜନେତାଙ୍କର ହତ୍ୟା ହୋଇଥିଲା। ରାଜନେତା ନଫେ ସିଂହ ରାଠୀ ଇଣ୍ଡିଆନ୍‌ ନେସ୍‌ନାଲ୍‌ ଲୋକଦଳର ହରିଆଣା ୟୁନିଟ୍‌ ସଭ‌ାପତି ଥିବା ସହ ପୂର୍ବତନ ବିଧାୟକ ଓ ଜଣେ ଦଳୀୟ କର୍ମୀ ଥିଲେ। ଏହି ମାମଲାରେ ପୋଲିସ ଅନ୍ୟ ୩ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଏହି ତିନି ଜଣ ବ୍ୟକ୍ତି ଦୁଇଟି ରାଜନୈତିକ ଦଳର ଅଟନ୍ତି। ଏଫଆଇଆରରେ ନାମିତ ତିନି ଜଣଙ୍କ ମଧ୍ୟରେ ବିରେନ୍ଦ୍ର ରାଠୀ, ସନ୍ଦୀପ ରାଠୀ ଏବଂ ରାଜପାଲ ଶର୍ମା ଅଛନ୍ତି। ଏବେ ତାଙ୍କ ମୃତ୍ୟୁ ବେଳର ସମସ୍ତ ଘଟଣା କଏଦ ହୋଇଥିବା ସିସିଟିଭି ଫୁଟେଜ୍‌ ହସ୍ତଗତ ‌ହୋଇଛି। ପୋଲିସ ପ୍ରାଥମିକ ତଦନ୍ତ କରି ଫୁଟେଜ୍‌ ପାଇଥିବା ବେଳେ ଜାଣିବାକୁ ପାଇଛି ଯେ ଦିଲ୍ଳୀ ନିକଟସ୍ଥ ବାହାଦୁରଗଡ଼ରେ ର‌ାଜନେତା ଜଣକ ତାଙ୍କ ଏସ୍‌ୟୁଭି ନେଇ ଯାଉଥିଲେ। ସେତିକି ବେଳେ କିଛି ଅଜଣା ବ୍ୟକ୍ତି ଆସି ତାଙ୍କ ଗାଡ଼ିକୁ ଗୁଳି ମାରିଥିବାରୁ ୬୭ ବର୍ଷୀୟ ରାଜନେତାଙ୍କ ମୃତ୍ୟୁ ଘଟିଛି। ଆକ୍ରମଣକାରୀମାନେ ଗୁଳି ଚଳାଇବା ପରେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପୋଲିସ ଏପର୍ଯ୍ୟନ୍ତ ଆକ୍ରମଣକାରୀଙ୍କୁ ଧରିବାରେ ସମର୍ଥ ହୋଇନାହିଁ। ମାତ୍ର ଆକ୍ରମଣକାରୀଙ୍କ କାରର ନମ୍ବର ଜାଣିବା ପାଇଁ ନିକଟବର୍ତ୍ତୀ ଅଞ୍ଚଳରୁ ସିସିଟିଭି ଫୁଟେଜ୍ ସ୍କାନ କରିଛି। ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଧରିବାର ଚେଷ୍ଟା ଜାରି ରହିଛି।

 

 

Breaking News