ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନକୁ କବଜାକରି ତାଲିବାନ ଅତ୍ୟାଚାର ଚଳାଇଛି | ଶୋଷଣର ଶିକାର ହେଉଛନ୍ତି ସାଧାରଣ ଆଫଗାନୀ ନାଗରିକ । ତାଲିବାନ ଶାସନକୁ ଭୟକରି ହଜାର ହଜାର ଆଫଗାନୀ ନାଗରିକ ଦେଶ ଛାଡି ପଳାଇ ଯାଉଛନ୍ତି | ବର୍ତ୍ତମାନ ଏକ ଭିଡ଼ିଓ ସାମ୍ନାକୁ ଆସିଛି କି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯିବା ପରେ ଆମେରିକୀୟ ଚପରରେ ଏକ ଦଉଡିରେ ଓହଳାଇ ସହର ପରିକ୍ରମା କରିଛନ୍ତି ତାଲିବାନୀ ଆତଙ୍କୀ । ଏକ ଆମେରିକୀୟ ବ୍ଲାକ ହକ ଚପରରେ ଏହି ଆତଙ୍କୀ ମାନେ ଜଣେ ବ୍ୟକ୍ତିଙ୍କୁ ଲଟକାଇ କାନ୍ଦାହାର ପ୍ରଦେଶ ପରିକ୍ରମା କରିଥିଲେ । ଭୂମିରୁ ଏହି ଭିଡିଓଟି ଶୁଟିଂ କରାଯାଇଥିବାରୁ ଓହଳିଥିବା ବ୍ୟକ୍ତି ଜଣକ ଜୀବନ୍ତ କି ମୃତ ତାହା ସ୍ପଷ୍ଟ ହୋଇନାହିଁ । ଆମେରିକୀୟ ସାମ୍ବାଦିକ ଲିଜ ହ୍ୱିଲର ଏହି ଭିଡିଓ ଶେୟାର କରିବା ସହିତ ଆମେରିକୀୟ ରାଷ୍ଟ୍ରପତି ଜୋ ବିଡେନଙ୍କୁ ନିନ୍ଦା କରିଛନ୍ତି । ଅନ୍ୟୁନ ୭ଟି ବ୍ଲାକ ହକ ଚପର ଆଫଗାନିସ୍ତାନରେ ରହିଥିବା ଜଣାପଡିଛି । ସେହିପରି ବିଗତ ୨୦ ବର୍ଷ ମଧ୍ୟରେ ଆମେରିକୀୟ ସେନା ରଖିଥିବା ସମସ୍ତ ଅସ୍ତ୍ରଶସ୍ତ୍ର ବର୍ତ୍ତମାନ ତାଲିବାନ ନିଜ ଅଧୀନକୁ ନେଇ ଯାଇଛି ।






More Stories
କୌଣସି ଲକ୍ଡାଉନ୍ ହେବନି…..
ଶପଥ ନେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ….
ସିଏମ୍-ପିଏମ୍ ଆଲୋଚନା…..