ରିପୋର୍ଟ କାର୍ଡ / ଭୁବନେଶ୍ୱର
ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ପ୍ରମୁଖ ସହଯୋଗୀ କୁହାଯାଉଥିବା ଶ୍ରଦ୍ଧାଞ୍ଜଳିଙ୍କ ଅଡ଼ୁଆ ବଢ଼ିଲା। ଓକିଲ ଜରିଆରେ ହାଜର ହେବା ନିମନ୍ତେ ଶ୍ରଦ୍ଧାଞ୍ଜଳି କରିଥିବା ଆବେଦନକୁ ଖାରଜ କଲେ ହାଇକୋର୍ଟ । ସିବିଆଇ କୋର୍ଟଙ୍କ ସମନ ସତ୍ତ୍ୱେ ହାଜର ହେଉନଥିଲେ ଶ୍ରଦ୍ଧାଞ୍ଜଳି । ଏନେଇ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଏନ୍ବିଡବ୍ଲ୍ୟୁ ମଧ୍ୟ ଜାରି କରିଥିଲା ସିବିଆଇ କୋର୍ଟ । ଓକିଲ ଜରିଆରେ ହାଜର ପାଇଁ କୋର୍ଟରେ ଅପିଳ୍ କରିଥିଲେ ଶ୍ରଦ୍ଧାଞ୍ଜଳି । ମାତ୍ର ତଳ କୋର୍ଟ ଆବେଦନ ଖାରଜ କରିବାରୁ ହାଇକୋର୍ଟ ମଧ୍ୟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି। ତେଣୁ ଏବେ ସିବିଆଇ କୋର୍ଟରେ ଶ୍ରଦ୍ଧାଞ୍ଜଳି ହାଜର ହେବା ଏକ ପ୍ରକାର ପକ୍କା ହୋଇ ଯାଇଛି। ଭୁବନେଶ୍ୱର ସେସନ୍ସ କୋର୍ଟରେ ଇଡି ଦାଖଲ କରିଥିବା ଚାର୍ଜସିଟ୍ରେ ଶ୍ରଦ୍ଧାଞ୍ଜଳିଙ୍କ ନାଁ ଉଲ୍ଲେଖ ରହିଛି। ଇଡି ପକ୍ଷରୁ ଅର୍ଚ୍ଚନା ନାଗ, ସ୍ୱାମୀ ଜଗବନ୍ଧୁ ଚାନ୍ଦ, ସହଯୋଗୀ ଖଗେଶ୍ୱର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ମୋଟ ୨ ହଜାର ୨୪୧ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି। ଉକ୍ତ ମାମଲାରେ ଶ୍ରଦ୍ଧାଞ୍ଜଳି ଅଭିଯୁକ୍ତ ଥିବାରୁ ତାଙ୍କୁ ଆଗୁଆ ଜାମିନ ଦେବାକୁ ପୂର୍ବରୁ ମନା କରି ସାରିଛନ୍ତି ହାଇକୋର୍ଟ।






More Stories
ମାଟ୍ରିକ ପରୀକ୍ଷା ପାଇଁ ୩୭ଟି ସ୍ବତନ୍ତ୍ର ସ୍କ୍ବାଡ….
ଆଜି ସୂର୍ଯ୍ୟୋପରାଗ…..
୮ରେ ସୁଭଦ୍ରା କିସ୍ତି…..