ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅପହରଣ ମାମଲାରେ ଗିରଫ ଜେଡିଏସର ବିଧାୟକ ଏଚ୍ଡି ରେଭାନ୍ନାଙ୍କୁ ଜାମିନ ମିଳିଛି | ଆଜି କର୍ଣ୍ଣାଟକାର ସ୍ୱତନ୍ତ୍ର କୋର୍ଟ ଜାମିନ ଦେଇଛନ୍ତି। ପୁଅ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ବାପା ରେଭାନ୍ନା ଅପହରଣ ମାମଲାରେ ଏସ୍ଆଇଟି ଦ୍ୱାରା ଗିରଫ ହୋଇଥିଲେ। ତେବେ ସ୍ୱତନ୍ତ୍ର କୋର୍ଟ ୫ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ୍ଡ ଓ ସମାନ ଅର୍ଥର ଦୁଇଟି ସ୍ୟୁରିଟି ବଳରେ ତାଙ୍କୁ ଜାମିନ ଦେଇଛନ୍ତି। ଜାମିନ ପାଇଥିଲେ ମଧ୍ୟ ରେଭାନ୍ନାଙ୍କୁ ଏସ୍ଆଇଟି ତଦନ୍ତରେ ସହଯୋଗ କରିବାକୁ ପଡ଼ିବ। ସେହିପରି ସେ ମାମଲା ସହ ଜଡ଼ିତ ପ୍ରମାଣକୁ ନଷ୍ଟ କିମ୍ବା ବିକୃତ କରିବାକୁ ଚେଷ୍ଟା କରିବେ ନାହିଁ।ଅସଦାଚରଣ ଓ ଅପହରଣ ମାମଲାରେ ଗିରଫ ହୋଇ ରେଭାନ୍ନା ବିଚାର ବିଭାଗୀୟ ହାଜତରେ ରହିଥିଲେ। ଏହାର ଅବଧି ଆସନ୍ତାକାଲି ସରିବାର ଥିଲା।






More Stories
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସର ପ୍ରତିବାଦ….
ପେପର ଲିକ୍ କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ…..
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….