ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଚାକଚକ୍ୟପୂର୍ଣ୍ଣ ପୋଷାକକୁ ନେଇ ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି ମୋଦୀ ଲକ୍ଷାଧିକ ଟଙ୍କାର ସୁଟ୍ ପିନ୍ଧନ୍ତି କିନ୍ତୁ ମୁଁ କେବଳ ଏହି ଧଳା ଟି-ସାର୍ଟ ପିନ୍ଧେ। ସତନାଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବା ସମୟରେ ରହୁଲ କହିଛନ୍ତି ମୁଁ ଶୁଣିଛି ପ୍ରଧାନମନ୍ତ୍ରୀ ଭାଷଣ ଦେବାବେଳେ ପ୍ରତ୍ୟେକ ସ୍ଥାନରେ ସେ ଏକ ଓବିସି ବର୍ଗରୁ ଆସିଥିବା କୁହନ୍ତି। ବାରମ୍ବାର ଏହା କହି ସେ ପ୍ରଧାନମନ୍ତ୍ରୀ ହୋଇଗଲେ। ଦିନକୁ ସେ ଅତିକମ୍ରେ ଗୋଟିଏରୁ ଦୁଇଟି ସୁଟ୍ ପିନ୍ଧନ୍ତି ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା। ମୋଦୀ ତାଙ୍କ ପୋଷାକ ବାରମ୍ବାର ପିନ୍ଧିଥିବା ଆପଣ ଦେଖିଛନ୍ତି କି | ଆପଣ ଜାଣନ୍ତି କି ମୁଁ ଜାତିଭିତ୍ତିକ ଜନଗଣନା ସଂପର୍କରେ କହିବାରୁ ମୋଦୀଙ୍କ ଭାଷଣରୁ ଜାତି ଅଦୃଶ୍ୟ ହୋଇଗଲା। ଭାରତରେ କୌଣସି ଜାତି ନାହିଁ ବୋଲି କହି ମୋଦୀ ତାଙ୍କ ଭାଷଣ ଆରମ୍ଭ କରିଥିଲେ ବୋଲି ରାହୁଲ କହିଛନ୍ତି। ତେବେ ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାକୁ ଆସିଲେ ପ୍ରଥମେ ଜାତି ଆଧାରିତ ଜନଗଣନା ହେବ ବୋଲି ରାହୁଲ କହିଛନ୍ତି।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..