ରିପୋର୍ଟ କାର୍ଡ / ଭୁବନେଶ୍ବର
ଆସନ୍ତା ୧୦ତାରିଖରୁ ଆରମ୍ଭ ହେବ ବୁଷ୍ଟର ଡୋଜ୍ । ଯିଏ ଯେଉଁ ଟିକା ନେଇଛନ୍ତି ବୁଷ୍ଟର ଡୋଜ୍ ହିସାବରେ ସେହି ଟିକା ନେବେ | ଏନେଇ ଆଜି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି । ଯିଏ କୋଭାକ୍ସିନ୍ ଟିକା ନେଇଥିବ ବୁଷ୍ଟର ଡୋଜ ପାଇଁ କୋଭାକ୍ସିନ ହିଁ ନେବେ । ସବୁ ଜିଲ୍ଲାରେ ଓମିକ୍ରନ୍ ସଂକ୍ରମଣ ଦେଖିବାକୁ ମିଳିଲାଣି । ଏବେ ସଂକ୍ରମଣ ଆହୁରି ବଢିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ଦୈନିକ କରୋନା ସଂକ୍ରମଣ ବଢ଼ିବାରେ ଲରିଛି | ୨୪ ଘଣ୍ଟା ମଧ୍ୟରେ ୧୮୯୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି | ଏହି କ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦୫୯୭୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୭୩୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୪୫୫୧୪ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୫୮୯୪୦୬୭ ସାମ୍ପୁଲ ଟେଷ୍ଟ୍ ହୋଇଛି
More Stories
ଭିଜିଲାନ୍ସ ଜାଲରେ ଏଏସଆଇ……
ମାସକୁ ଅଢେଇ ଲକ୍ଷ ପାଇବେ ବିଧାୟକ!…..
ଭତ୍ତା ବଢାଇଲେ ମୋହନ ସରକାର…..