Report Card Odisha

| Daily Odia News

ଦହି ସହ ଖାଆନ୍ତୁ ଏହି ଜିନିଷ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦହି ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ତେବେ ଏପରି କେତେକ ଜିନିଷ ରହିଛି,ଯାହାକୁ ଦହି ସହ ମିଶାଇ ଖାଇବା ଦ୍ୱାରା ଶରୀରରୁ ଅନେକ ରୋଗ ଦୂର ହୋଇଥାଏ। ଦହିରେ ଭରପୁର ମାତ୍ରାରେ କ୍ୟାଲସିୟମ, ପ୍ରୋଟିନ ଓ ଭିଟାମିନ ମିଳିଥାଏ। ଏହାସହ ଆଇରନ ଓ ଫସଫରସ ମଧ୍ୟ ରହିଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଜାଣନ୍ତୁ ଦହି ସହ କେଉଁ ଜିନିଷ ମିଶାଇ ଖାଇବେ….
ଦହି ସହ ଚିନି ମିଶାଇ ଖାଇବା ଦ୍ୱାରା କଫ ସମସ୍ୟା ଦୂର ହୋଇଥାଏ। ଏହାଦ୍ୱାରା ଶରୀରକୁ ତୁରନ୍ତ ଶକ୍ତି ମିଳିଥାଏ। କାର୍ଯ୍ୟ କରିବାକୁ ହାଲିଆ ଅନୁଭବ ହୋଇନଥାଏ।
ଦହି ସହ ସାମାନ୍ୟ ଲୁଣ ମିଶାଇ ଖାଇବା ଦ୍ୱାରା ଏସିଡିଟି ସମସ୍ୟା ଦୂର ହୋଇଥାଏ। ଦହି ମୁଖ୍ୟତଃ ଏସିଡିଟି ଦୂର କରିଥାଏ।
ଦହି ଓ ଜୁଆଣୀ ମିଶାଇ ଖାଇବା ଦ୍ୱାରା ଶରୀରରୁ ଅନେକ ରୋଗ ଦୂର ହୋଇଥାଏ। ଦାନ୍ତରେ ଯନ୍ତ୍ରଣା ଥିଲେ ଏହାର ସେବନ କଲେ ଏହି ସମସ୍ୟା ଦୂର ହୋଇଥାଏ। ପାଟିରେ ଭିତରେ ହେଉଥିବା ଲାଲ ଦାଗ ମଧ୍ୟ ଦୂର ହୋଇଥାଏ।
ଦହି ଓ ଗୋଲମରିଚର ଅନେକ ଲାଭ ରହିଛି। ଏହାଦ୍ୱାରା କେଶ ଝଡିବା ସମସ୍ୟା ଦୂର ହୋଇଥାଏ। ଏଥିପାଇଁ ୩ ଚାମଚ ଦହିରେ ୧ ଚାମଚ ଗୋଲମରିଚ ଗୁଣ୍ଡ ମିଶାଇ କେଶ ମୂଳରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ। ଏହାଦ୍ୱାରା କେଶ ରେଶମୀ ହେବା ସହ କେଶ ଝଡିବା କମିଥାଏ।

Breaking News