Report Card Odisha

| Daily Odia News

ଥାଇରଏଡ୍‌ର ଥିଲେ ଘରୋଇ ଉପଚାର କରନ୍ତୁ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରକ୍ତରେ ଥାଇରକ୍ସିନ୍‌ର ହରମୋହନର୍‌ ମାତ୍ରା ଆବଶ୍ୟକତାଠାରୁ କମ୍‌ ବେଶି ହେଲେ ଥାଇରଏଡ୍‌ ସମସ୍ୟା ସୃଷ୍ଟି ହୋଇଥାଏ। ଶରୀରରେ ପ୍ରତିରୋଧକ ଶକ୍ତି କମିଗଲେ, ଔଷଧର ସାଇଡ ଇଫେକ୍ଟ, ଖାଦ୍ୟରେ ଆୟୋଡିନର ଅଭାବ, ଗଳା ଫୁଲିବା, ଓଜନ କମିବା, ଅତ୍ୟଧିକ ଝାଳ ବୋହିବା, ଋତୁସ୍ରାବରେ ଅନିୟମିତତା ଓ ହାଲିଆ ଲାଗିବା ଆଦି ସମସ୍ୟା ଦେଖାଯାଏ। ଏଥିପାଇଁ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଆନ୍ତୁ। ତେବେ ଏହାର କେତୋଟି ଘରୋଇ ଉପଚାର ରହିଛି, ଯାହାକୁ ଆପଣେଇପାରନ୍ତି। ତେଜପତ୍ର ମିଶ୍ରିତ ଚା’ ପିଅନ୍ତୁ। ଏହି ଚା’ ଥାଇରଏଡ୍‌ରୁ କେତେକାଂଶରେ ଉପଶମ ଦେଇଥାଏ। ନଡ଼ିଆ ତେଲ ଉଷୁମ କରି କ୍ଷୀର ସହ ଖାଲି ପେଟରେ ଖାଆନ୍ତୁ। ଅଦାରେ ଆଣ୍ଟି-ଇନ୍‌ଫ୍ଲମେଟୋରି ଗୁଣ ଥିବାରୁ ଥାଇରଏଡ୍‌ ବଢ଼ିବାରୁ ରୋକିଥାଏ। ତେଣୁ ପ୍ରତିଦିନ ଅଳ୍ପ ପରିମାଣରେ ଅଦା ଖାଇଲେ ଏଥିରୁ ଆରାମ ମିଳିଥାଏ। ଥଣ୍ଡାଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ କି କୋଲ୍ଡ ଡ୍ରିଙ୍କସ ପିଅନ୍ତୁ ନାହିଁ। ନିଶାଦ୍ରବ୍ୟ ସେବନଠାରୁ ଦୂରେଇ ରୁହନ୍ତୁ।

Breaking News