Report Card Odisha

| Daily Odia News

ଆଜିଠୁ ଘର ଘର ବୁଲି ଟୀକା ନେଇନଥିବା ଲୋକଙ୍କୁ ଖୋଜିବେ ସ୍ୱାସ୍ଥ୍ୟକର୍ମୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜିଠାରୁ ରାଜ୍ୟର ଘରକୁ ଘର ବୁଲି ଟୀକାକରଣ କରିବେ ସ୍ୱାସ୍ଥ୍ୟକର୍ମୀ | ଟୀକାକରଣ ଅଭିଯାନକୁ ଜୋରଦାର ପାଇଁ ଆରମ୍ଭ ହୋଇଛି ‘ହର ଘର ଦସ୍ତକ ଅଭିଯାନ’ । ପ୍ରତ୍ୟେକ ପରିବାରରେ କେଉଁ ସଦସ୍ୟ ଟିକା ନେଇ ନାହାନ୍ତି ସେମାନଙ୍କୁ ଟୀକା ଦେବେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି ଓ ଆଶା ଦିଦି | ଟୀକା ନେଇଛନ୍ତିକି ନାହିଁ ଏସବୁର ତଥ୍ୟ ସଂଗ୍ରହ କରାଯିବା ପରେ ଟିକାକରଣ କେନ୍ଦ୍ରରେ ଟିକାକରଣ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ କୁମାର ପାଣିଗ୍ରାହୀ । ଜଣାପଡ଼ିଛି ଯେ, ରାଜ୍ୟରେ ଏବେ ବି ୩୦ ଲକ୍ଷରୁ ଅଧିକ ଲୋକ ଦ୍ୱିତୀୟ ଡୋଜ୍ ନେଇନାହାନ୍ତି । ଦ୍ୱିତୀୟ ଡୋଜ୍ ନେବାକୁ ସମୟ ହୋଇଯାଇଥିଲେ ହେଁ ସେମାନେ ଟିକାକରଣ କେନ୍ଦ୍ରକୁ ଟିକା ନେବାକୁ ଆସୁନାହାନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ କୋଟି ୭୨ ହଜାର ଲୋକ ଟିକା ନେଇ ସାରିଲେଣି । ୨ କୋଟି ୫୭ ଲକ୍ଷ ପ୍ରଥମ ଡୋଜ୍, ୧ କୋଟି ୧୫ ଲକ୍ଷ ଉଭୟ ଡୋଜ୍ ନେଇସାରିଛନ୍ତି । ରାଜ୍ୟରେ ପାଖାପାଖି ୭୯ ପ୍ରତିଶତ ପ୍ରଥମ ଡୋଜ୍ ଟିକା ନେଇସାରିଛନ୍ତି । ତେବେ ‘ହର ଘର ଦସ୍ତକ ଅଭିଯାନ’ ମାଧ୍ୟମରେ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଆଗେଇବ । ବଡ଼ ବଡ଼ ଗାଁରେ ଟିକାକରଣ କେନ୍ଦ୍ର ଖୋଲାଯିବା ସହ ଦୈନିକ ୪ ଲକ୍ଷ ଲୋକଙ୍କୁ ଟିକାକରଣ କରାଯିବ । ଏପରି ଭାବେ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ୧୦୦ ପ୍ରତିଶତ ଟିକାକରଣ କରାଯିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।

Breaking News