ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ଯାଏଁ କିଛି ସ୍ଥାନରେ ହିଟୱେଭ୍ ଜାରି ରହିବ। ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। କଟକ, ଭଦ୍ରକ, ନୟାଗଡ, ମୟୁରଭଞ୍ଜ, କଳାହାଣ୍ଡି ଏବଂ ବୌଦ୍ଧ, ମାଲକାନଗିରି, ନୂଆପଡା, ନବରଙ୍ଗପୁର, କନ୍ଧମାଳ ଏବଂ ବଲାଙ୍ଗୀର ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ୮ ଜିଲ୍ଲାରେ ରାତି ଉଷ୍ମତା ଜାରି ରହିବା ନେଇ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦୁଝର , ମୟୁରଭଞ୍ଜ, ସମ୍ବଲପୁର, ସୋନପୁର , ସୁନ୍ଦରଗଡ, କନ୍ଧମାଳ, ବୌଦ୍ଧ ଏବଂ ନୟାଗଡ, ଗଜପତି, ବାଲେଶ୍ବର, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ଗୁଳୁଗୁଳି ଜାରି ରହିବ। ସେପଟେ ଆଜି ଦିନ ସାଢେ ୮ଟା ସୁଦ୍ଧା କିଛି ସ୍ଥାନରେ ତାପମାତ୍ରା ୩୧ ଟପିଛି। ଚାନ୍ଦବାଲିରେ ୩୧.୬, କେନ୍ଦୁଝରରେ ୩୧, ସମ୍ବଲପୁର ଓ ଝାରସୁଗୁଡାରେ ୩୦ , ଭୁବନେଶ୍ବରରେ ତାପମାତ୍ରା ୨୯.୮ ଡିଗ୍ରୀ ରେକର୍ଡ କରାଯାଇଛି।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….