ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୨୮ରୁ ୩୦ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗ ପକ୍ଷରୁ ୬ଟି ଜିଲ୍ଲାକୁ ଚେତାବନୀ ଜାରି କରିଛି। ଆସନ୍ତାକାଲି ଅର୍ଥାତ ୨୮ ତାରିଖ ପାଇଁ ୨ଟି ଜିଲ୍ଲା ସମ୍ବଲପୁର, ବୌଦ୍ଧକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୯ ତାରିଖ ପାଇଁ ୬ଟି ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡିକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୩୦ ତାରିଖ ପାଇଁ ୮ଟି ଜିଲ୍ଲା ସୁନ୍ଦରଗଡ଼଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବରଗଡ଼଼, ବଲାଙ୍ଗିର, କଳାହାଣ୍ଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ଅନ୍ୟପକ୍ଷରେ ଆଗାମୀ ୩ ଦିନ ମଧ୍ୟରେ ଓଡ଼ିଶାର ଜିଲ୍ଲା ଗୁଡିକରେ ସର୍ବାଧିକ ତାପମାତ୍ରା ୨ରୁ ୪ ଡ଼ିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସେହିପରି ଆଗାମୀ ୩ ଦିନ ମଧ୍ୟରେ ଓଡ଼ିଶାର ଜିଲ୍ଲା ଗୁଡିକରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡ଼ିଗ୍ରୀ ବୃଦ୍ଧି ପାଇପାରେ।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..