ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାସୁଛି ଉତ୍ତରଭାରତ | ଦିଲ୍ଲୀରୁ କଶ୍ମୀର ଯାଏଁ ଜଳାମୟ | ଲାଗି ରହିଥିବା ଲଗାଣ ବର୍ଷାରେ ଦିଲ୍ଲୀରୁ କଶ୍ମୀର ଯାଏଁ ବିଭିନ୍ନ ରାଜ୍ୟରେ ସୃଷ୍ଟି ହୋଇଛି ଜଳ ପ୍ରଳୟ | ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଭୂସ୍ଖଳନ, ବଜ୍ରପାତରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ସବୁଠାରୁ ଅଧିକ ୧୧ ଜଣଙ୍କ ମୃତ୍ୟୁ ହିମାଚଳ ପ୍ରଦେଶରେ ହୋଇଛି। ପ୍ରବଳ ବର୍ଷାରେ ଉତ୍ତର ଏବଂ ପଶ୍ଚିମ ଭାରତରେ ପରିସ୍ଥିତି ଜଟିଳ ହୋଇ ପଡିଛି। ହିମାଚଳ ପ୍ରଦେଶ ସମେତ ପାହାଡ ରାଜ୍ୟଗୁଡିକ ସର୍ବାଧିକ କ୍ଷତି ହୋଇଛି। ଏହା ବ୍ୟତୀତ ୟୁପିରେ ୮ ଜଣ, ଉତ୍ତରପ୍ରଦେଶରେ ୬ ଜଣ, ଦିଲ୍ଲୀରେ ୩ ଜଣ, ଜାମ୍ମୁ କାଶ୍ମୀର, ହରିୟାଣା ଏବଂ ପଞ୍ଜାବରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ହିମାଚଳର ମଣ୍ଡିରେ ବିସ୍ ନଦୀ କୂଳରେ ଏକ ୪୦ ବର୍ଷ ପୁରୁଣା ବ୍ରିଜ୍ ଧୋଇ ହୋଇଯାଇଛି। ୪୧ ବର୍ଷ ପରେ ଜୁଲାଇରେ ଦିଲ୍ଲୀରେ ଗୋଟିଏ ଦିନରେ ୧୫୩ ମିଲିମିଟର ବର୍ଷା ହୋଇଛି। ବର୍ଷା ଯୋଗୁଁ ଉତ୍ତର ରେଳ ୧୭ ଟି ଟ୍ରେନକୁ ବାତିଲ କରିଦେଇଛି। ୧୨ ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି। ରାଜଧାନୀ ଦିଲ୍ଲୀ ସମେତ ଅନ୍ୟ ରାଜ୍ୟଗୁଡିକର ରାସ୍ତା ପାଣିରେ ବୁଡ଼ି ଯାଇଥିବା ବେଳେ ଭୂସ୍ଖଳନ କାରଣରୁ ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି। ଦିଲ୍ଲୀର ଯମୁନା ନଦୀର ଜଳ ସ୍ତର ବିପଦ ସଙ୍କେତ ନିକଟରେ ପହଞ୍ଚିଛି।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..