ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିନାହେଲମେଟରେ ବାଇକ ଚଲାଉଥିବା ଏବଂ ଗାଡି ପଛରେ ବସିଥିବା ଯାତ୍ରୀହେଲମେଟ ନ ପିନ୍ଧିଲେ ଏଣିକି ନିସ୍ତାର ନାହିଁ। ଆସନ୍ତା ଏପ୍ରିଲ ୧ ରୁ ଡବଲ ହେଲମେଟ୍ କଡାକଡି ଭାବେ ଲାଗୁ କରିବା ଲାଗି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢୀ ନିର୍ଦ୍ଦେଶ ଦେଇଛନ୍ତି | ଏହି ନିୟମ ଲାଗୁ କରିବ ପାଇଁ ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ କମିସନରେଟ ପୋଲିସକୁ ଚିଠି ଲେଖିଛନ୍ତି। ଚଳିତ ବର୍ଷ ସଡକ ସୁରକ୍ଷା ସପ୍ତାହ ପରିବର୍ତ୍ତେ ସୁରକ୍ଷା ମାସ ପାଳନ କରାଯାଇଥିଲା। ନିକଟରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସଡକ ସୁରକ୍ଷା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସଡକ ସୁରକ୍ଷା ମାସ ପାଳନ ଅବସରରେ ଅଧିକାଂଶ ବାଇକ ଚାଳକ ଓ ସହଯାତ୍ରୀ ହେଲମେଟ ପିନ୍ଧୁ ନ ଥିବା ସମୀକ୍ଷା ବୈଠକରୁ ଜଣାପଡିଥିଲା।






More Stories
କେନ୍ଦ୍ରାପଡାରେ ଫୁଟିଲା ଗୁଳି……
ନୂଆପଡା ମତଗଣନା: ଆଗରେ ବିଜେପି…..
ଆଜି ଆସିବ ବିହାର ନିର୍ବାଚନ ଫଳାଫଳ…..