ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ଦୂତାବାସ ପକ୍ଷରୁ ଇରାନରେ ରହୁଥିବା ଭାରତୀୟଙ୍କ ଲାଗି ହେଲପଲାଇନ ନମ୍ବର ଜାରି କରାଯାଇଛି । ଦୁଇଟି ହେଲପଲାଇନ ନମ୍ବର ଜାରି ହୋଇଛି । ଭାରତୀୟ ଦୂତାବାସ ପକ୍ଷରୁ ଏକ ପରାମର୍ଶ ଜାରି କରି କୁହାଯାଇଛି ଯେ ଇରାନ ଏବଂ ଇସ୍ରାଏଲରେ ଉତ୍ତେଜନା ତୀବ୍ର ହୋଇଛି । ଇରାନରେ ଥିବା ଭାରତୀୟ ଦୂତାବାସ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ଲେଖି ହେଲପଲାଇନ ନମ୍ବର ୯୧୨୮୧୦୯୧୧୫ ଏବଂ ୯୧୨୮୧୦୯୧୦୯ ରେ ଯୋଗା ଯୋଗ କରିବାକୁ କୁହାଯାଇଛି । ଜରୁରୀକାଳୀନ ପରିସ୍ଥିତିରେ ଯୋଗାଯୋଗ କରିପାରିବେ । ଭାରତୀୟମାନଙ୍କୁ ଦୂତାବାସର ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗରେ ରହିବାକୁ ମଧ୍ୟ କୁହାଯାଇଛି ।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..