Report Card Odisha

| Daily Odia News

ମୋତେ ଯୋଜନାବଦ୍ଧ ଭାବରେ ଗରିଫ କରାଇଥିଲେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଜେଲରୁ ଆସି ଝାଡଖଣ୍ଡ ବିଧାନସଭାରେ ଚମ୍ପାଇ ସୋରେନଙ୍କ ଆସ୍ଥା ଭୋଟରେ ସାମିଲ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଭୋଟ ଦେଇ ଗୃହରେ ହେମନ୍ତ କହିଛନ୍ତି ଯେ ଏହି ଆସ୍ଥା ଭୋଟରେ ମୋ ଦଳ ଏବଂ ସହଯୋଗୀ ଦଳ ଚମ୍ପାଇ ସୋରେନଙ୍କୁ ସମର୍ଥନ କରୁଛନ୍ତି । ଜାନୁଆରୀ ୩୧ରେ ଦେଶର ଗଣତନ୍ତ୍ରରେ ଏକ ଅନ୍ଧକାର ଅଧ୍ୟାୟ ଯୋଗ କରାଯାଇଥିଲା । ପ୍ରଥମ ଥର ପାଇଁ ରାଜଭବନରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ରାଜଭବନ ମଧ୍ୟ ସଂପୃକ୍ତ ଅଛି । ଯାହା ମୋତେ ଆଶ୍ଚର୍ଯ୍ୟ କରିଛି । ୨୦୨୨ରୁ ୨୦୨୪ ଜାନୁଆରୀ ୩୧ ପର୍ଯ୍ୟନ୍ତ ମୋତେ ନିଆଁରେ ପକାଇବାକୁ ପ୍ରୟାସ କରାଯାଇଥିଲା । ହେଲେ ମୁଁ ପ୍ରସ୍ତୁତ ନଥିଲି । ଏଥିପାଇଁ ସେମାନେ ମୋତେ ଯୋଜନାବଦ୍ଧ ଭାବରେ ଗରିଫ କରାଇଥିଲେ । ହେମନ୍ତ କହିଛନ୍ତି ଯେ ବିଗତ ଦିନମାନଙ୍କରେ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ରୂପରେ ଆଦିବାସୀଙ୍କ ଉପରେ ଅତ୍ୟାଚାର ହୋଇଆସିଛି । ୩୧ ଜାନୁଆରୀରେ ମଧ୍ୟ ସମାନ ଘଟଣା ଘଟିଛି । ଏତେ ଘୃଣା କାହିଁକି? ମୋତେ ଜେଲରେ ପୁରାଇ ସେମାନଙ୍କ ମନ୍ଦ ଉଦେ୍ଦଶ୍ୟ କେବେ ପୂରଣ ହେବ ନାହିଁ ।

 

Breaking News