Report Card Odisha

| Daily Odia News

ହେମନ୍ତ ସୋରେନଙ୍କ ଘରେ ପଶିଲା ଇଡି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଘରେ ଇଡି ଟିମ୍‌ ଚଢ଼ାଉ କରିଛି। ସୋରେନଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଇଡି ଟିମ୍‌ ସହ ଦିଲ୍ଲୀ ପୋଲିସ ପଶିଥିବା ଜଣାପଡିଛି । ସୋରେନ ଦକ୍ଷିଣ ଦିଲ୍ଲୀ ଅଞ୍ଚଳ ସ୍ଥିତ ନିଜ ଘର ଶାନ୍ତି ନିକେତନରେ ଥିବା ସୂଚନା ପାଇ ଇଡି ଟିମ୍‌ ସେଠାରେ ପଶିଛି। ଏହି ସମୟରେ ଦିଲ୍ଲୀ ପୋଲିସ ପକ୍ଷରୁ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ତେଣୁ ଆଜି ତାଙ୍କ ଗିରଫଦାରୀ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଜମି ଦୁର୍ନୀତି ମାମଲାରେ ପଚରାଉଚରା ନିମନ୍ତେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କିଛି ଦିନ ପୂର୍ବରୁ ଦଶମ ସମନ ଜାରି ହୋଇଥିଲା। ତାଙ୍କୁ ୨୯ରୁ ୩୧ ଜାନୁୟାରୀ ମଧ୍ୟରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା । ହେମନ୍ତ ସୋରେନ ହାଜର ନ ହେଲେ ଇଡି ଟିମ୍‌ ତାଙ୍କୁ ପଚରାଉଚରା ପାଇଁ ପହଞ୍ଚିବ ବୋଲି କୁହାଯାଇଥିଲା। ଇଡି ଦ୍ୱାରା ସମନ ଜାରି ପରେ ହେମନ୍ତ ସୋରେନ ଦିଲ୍ଲୀ ପଳାଇଥିଲେ। ଏହାପରେ ଆଜି ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ପଶିଛି ଇଡି ।

Breaking News