Report Card Odisha

| Daily Odia News

ହେମନ୍ତ ସୋରେନଙ୍କ ଜାମିନ ଆବେଦନ ଖାରଜ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଖାରଜ ହୋଇଛି | ଆଜି
ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତ। ସେ ବର୍ତ୍ତମାନ ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ରାଞ୍ଚି ଜେଲରେ ଅଛନ୍ତି। ଶୁଣାଣି ସମୟରେ କୋର୍ଟ ଓକିଲ କପିଲ ସିବଲଙ୍କୁ କହିଛନ୍ତି ଯେ ଆମେ ଜାମିନ ଆବେଦନକୁ ଅନୁମୋଦନ କରିପାରିବୁ ନାହିଁ, ତେଣୁ ଆପଣ ନିଜେ ଏହି ଆବେଦନ ପ୍ରତ୍ୟାହାର କରି ନିଅନ୍ତୁ। ଏହା ଉପରେ ଓକିଲ ସୁପ୍ରିମକୋର୍ଟଙ୍କ ଆଦେଶ ଗ୍ରହଣ କରି ଆବେଦନ ପ୍ରତ୍ୟାହାର କରିନେଇଛନ୍ତି। ହେମନ୍ତଙ୍କ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଆବେଦନକାରୀଙ୍କ ଜାମିନ ଆବେଦନରେ ଉଲ୍ଲେଖ କରାଯାଇ ନାହିଁ ଯେ ଟ୍ରାଏଲ କୋର୍ଟ ଏହି ମାମଲାରେ ଚାର୍ଜସିଟ ବିଷୟରେ ଜାଣିଛନ୍ତି। ଏହା ପରେ ହେମନ୍ତଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି ଯେ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ସେ ପ୍ରତ୍ୟାହାର କରୁଛନ୍ତି। ହେମନ୍ତ ସୋରେନଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ କୋର୍ଟରେ ଏକାସାଙ୍ଗରେ ଦୁଇଟି ଦାବି କରାଯାଇଛି। ପ୍ରଥମ ଦାବି ହେଉଛି ମଧ୍ୟବର୍ତ୍ତୀକାଳୀନ ଜାମିନ ଏବଂ ଦ୍ୱିତୀୟ ଦାବି ଗିରଫଦାରୀକୁ ଚ୍ୟାଲେଞ୍ଜ। ଏହି ସମୟ ମଧ୍ୟରେ ଇଡି କୋର୍ଟରେ ନିଜର ଯୁକ୍ତି ଉପସ୍ଥାପନ କରିବାବେଳେ କହିଛନ୍ତି ଯଦି ହେମନ୍ତ ସୋରେନଙ୍କୁ ନିର୍ବାଚନ ପ୍ରଚାର ପାଇଁ ଜାମିନ ମିଳିବ ତେବେ ଜେଲର ସମସ୍ତ ନେତା ଜାମିନ ଦାବି କରିବା ଆରମ୍ଭ କରିବେ।

Breaking News