ରିପୋର୍ଟ କାର୍ଡ /ଭୁବନେଶ୍ଵର
ବିନ୍ଦୁ ସାଗର ପୁଷ୍କରିଣୀକୁ ହେରିଟେଜ୍ ହ୍ରଦରେ ପରିଣତ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି ୨୦୨୬-୨୭ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସରିବ ଏକାମ୍ର ହେରିଟେଜ୍ ପ୍ରକଳ୍ପ। ନୂଆ କରି ଏକ ଇଣ୍ଟରପ୍ରିଟେସନ୍ ସେଣ୍ଟର କରାଯିବାର ପ୍ରସ୍ତାବ ରହିଛି। ପାର୍କିଂ ଶେଷରେ ଶ୍ରୀଲିଙ୍ଗରାଜଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ। ବିନ୍ଦୁ ସାଗରକୁ ଏକ ସୁନ୍ଦର ହେରିଟେଜ୍ ହ୍ରଦ କରାଯିବ। ଦୁଇଟି ନୂଆ ପ୍ରକଳ୍ପ ମିଶିଛି, ବଜେଟ ଆହୁରି ବଢିବ। ଅତିରିକ୍ତ କାମ ପାଇଁ ବଜେଟର କିଛି ଅସୁବିଧା ହେବନି। ପୁରୁଣା ଏଜେନ୍ସି କାମ କରିବାକୁ ଚାହିଁଲାନି ତେଣୁ ନୂଆ ଏଜେନ୍ସି କାମ କରିବ।






More Stories
ଝିଅ ଜନ୍ମ ହେଲେ ସରକାର ଦେବେ ଟଙ୍କା…..
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..