ରିପୋର୍ଟ କାର୍ଡ / ବାଲେଶ୍ୱର
କୋଲକାତାରୁ ଚାଲାଣ ବେଳେ ବାଲେଶ୍ୱରରୁ ପୁଣି ଜବତ ହୋଇଛି କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗର । ବାଲେଶ୍ୱର ଲକ୍ଷ୍ମଣନାଥ ତନଖି ଫାଟକ ନିକଟରୁ ଜବତ ହୋଇଛି ଦେଢ଼ କେଜିର ବ୍ରାଉନସୁଗର । କ୍ରାଇମବ୍ରାଞ୍ଚ ଏସଟିଏଫ୍ ୧ କେଜି ୫୩୦ ଗ୍ରାମ୍ ବ୍ରାଉନସୁଗର ଜବତ କରିଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ତା ନାଁ ଶେଖ ମୁନାଫ ହୁସେନ୍ ଓ ଘର ଜଳେଶ୍ୱର ଥାନା ଅନ୍ତର୍ଗତ ଝାଡେଶ୍ୱରପୁର ଗାଁରେ । ବିଶେଷ ସୂତ୍ରରୁ ଖବର ପାଇଁ ଲକ୍ଷ୍ଣଣାନାଥ ତନଖି ଫାଟକ ନିକଟରେ ଡେରା ପକାଇଥିଲା ଏସଟିଏଫ୍ । ଚଢ଼ାଉ ବେଳେ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗର ମିଳିଥିଲା । ଅଧିକ ତଥ୍ୟ ପାଇଁ ଗିରଫ ଯୁବକଙ୍କୁ ପଚରାଉଚରା ଚାଲିଛି ।






More Stories
ଭଦ୍ରକର ନୂଆ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ…..
ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦର ସମାଧାନ ଲକ୍ଷ୍ୟ…..
ମନ୍ତ୍ରୀଙ୍କ ବଡ଼ ସୂଚନା:‘ନଜର ରଖିଛୁ, ଭୟଭୀତ ହୁଅନ୍ତୁନି’…..