ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇସ୍ରାଏଲ ଏବଂ ଆତଙ୍କବାଦୀ ସଂଗଠନ ହେଜବୋଲ୍ଲା ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ | ଘନେଇବାରେ ଲାଗିଛି। ଗତ ସପ୍ତାହରେ ହେଜବୋଲ୍ଲା ମୁଖ୍ୟ ହସନ ନସରଲ୍ଲା ଇସ୍ରାଏଲ ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଥିବାବେଳେ ଗୁରୁବାର ଆଉ ଜଣେ ଟପ୍ ହେଜବୋଲ୍ଲା ଲିଡର ନିପାତ ହୋଇଛି। ସେ ହେଉଛି ହଶେମ ସାଫିଦ୍ଦିନ। ସାଫିଦ୍ଦିନ ନସରଲ୍ଲାର ଉତ୍ତରାଧିକାରୀ ବୋଲି କୁହାଯାଉଛି। ଅର୍ଥାତ ନସରଲ୍ଲା ନିହତ ହୋଇସାରିଥିବାବେଳେ ସାଫିଦ୍ଦିନ ସଂଗଠନର ମଙ୍ଗ ଧରିଥାଆନ୍ତା। କିନ୍ତୁ ହେଜବୋଲ୍ଲାକୁ ନିପାତ କରିବାକୁ ଇସ୍ରାଏଲ ଚଳାଇଥିବା ଅଭିଯାନରେ ତା’ର ମୃତ୍ୟୁ ଘଟିଛି। ଗୁରୁବାର ଲେବାନନର ବେରୁତ ସହରରେ ଇସ୍ରାଏଲ ପକ୍ଷରୁ ଘନ ଘନ ଏୟାରଷ୍ଟ୍ରାଇକ କରାଯାଇଥିଲା। ଏହି ଏୟାରଷ୍ଟ୍ରାଇକରେ ସାଫିଦ୍ଦିନ ପ୍ରାଣ ହରାଇଥିବା ଜଣାପଡ଼ିଛି। ଅନ୍ୟପଟେ ରାସ୍ତା ଉପରେ ତୋରଣ ନିର୍ମାଣ ପ୍ରସଙ୍ଗରେ କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶରେ କୋହଳ କରିବା ପାଇଁ କେତେକ ପୂଜା କମିଟି ଅନୁରୋଧ କରିଥିଲେ। ତୋରଣ ନିର୍ମାଣ କାମ ଯଥେଷ୍ଟ ଅଗ୍ରଗତି ହୋଇଥିବାରୁ ଏହା ବନ୍ଦ କରିବା କଷ୍ଟକର ବ୍ୟାପାର ବୋଲି କୁହାଯାଇଥିଲା। ଆସନ୍ତା ବର୍ଷରୁ ରାସ୍ତା ଉପରେ ତୋରଣ ନିର୍ମାଣ କରିବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପାଇଁ ମଧ୍ୟ କହିଥିଲେ ପୂଜା କମିଟି। ହେଲେ କୋର୍ଟ ସେହି ଅନୁରୋଧକୁ ଗ୍ରହଣ ନକରି ଲୋକଙ୍କୁ ସମସ୍ୟାରେ ନପକାଇବା ସହ ଧନଜୀବନ ଯେଭଳି ହାନି ନହୁଅ, ସେନେଇ ଧ୍ୟାନ ଦେବାକୁ କହିଛନ୍ତି। ଆଜିର ଶୁଣାଣିରେ ସିଏମସି କମିସନର, ସିଟି ଇଞ୍ଜିନିୟର, ସ୍ୱାସ୍ଥ୍ୟ ଅଧିକାରୀ, ଆରଏଣ୍ଡବି ଯନ୍ତ୍ରୀ, ଡିସିପି, ଅଗ୍ନି ନିର୍ବାପକ ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..