ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ମେଟ୍ରୋ ରେଳ ନିଗମ(ବିଏମଆରସିଏଲ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ପଦରୁ ଅବ୍ୟାହତି ନେଇଛନ୍ତି ଶିବପ୍ରସାଦ ସାମନ୍ତରାୟ । ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳ ବୃଦ୍ଧି ନକରିବା ପରେ ସେ ଏହି ପଦ ଛାଡ଼ିଥିବା ଜଣାପଡ଼ିଛି । ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ୨୦୨୪-୨୫ ଆର୍ଥିକ ବର୍ଷର ବଜେଟରେ ଭୁବନେଶ୍ୱର ମେଟ୍ରୋ ରେଳ ପାଇଁ ୧୦୦୦କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ କରିଛନ୍ତି ।ସୂଚନା ଅନୁସାରେ, ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ତତକାଳୀନ ବିଜେଡି ସରକାର ଗତବର୍ଷ ଜୁଲାଇ ମାସରେ ଶ୍ରୀ ସାମନ୍ତରାୟଙ୍କୁ ସିଇଓ ଭାବେ ଏକବର୍ଷ ପାଇଁ ନିଯୁକ୍ତି ଦେଇଥିଲେ । ତାଙ୍କର କାର୍ଯ୍ୟକାଳ ଗତମାସ ୩୧ତାରିଖରେ ଶେଷ ହୋଇଛି । ଭାରତୀୟ ରେଳବାଇ ଇଞ୍ଜିନୟର୍ସ ସେବା(ଆଇଆରଏସଇ)ର ଅଧିକାରୀ ଶ୍ରୀ ସାମନ୍ତରାୟ ପୂର୍ବତଟ ରେଳବାଇର ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ(ବ୍ରିଜ୍ ୱାର୍କସ) ଭାବେ କାର୍ଯ୍ୟ କରିସାରିଛନ୍ତି ।






More Stories
୧୩ରେ ରାଜ୍ୟ କ୍ୟାବିନେଟ୍……
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..