Report Card Odisha

| Daily Odia News

ବାଲିଯାତ୍ରା ପଡ଼ିଆରେ ହାଇଆଲର୍ଟ…..

ରିପୋର୍ଟ କାର୍ଡ / କଟକ

ଦିଲ୍ଲୀ ଲାଲ୍ କିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ଘଟଣା ପରେ ସମଗ୍ର ଓଡ଼ିଶା ରାଜ୍ୟରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି ଖୁରାନିଆ ଏନେଇ ସୂଚନା ଦେଇଛନ୍ତି। ଦିଲ୍ଲୀ ବିସ୍ଫୋରଣ ପରେ ଡିଜିପି ଖୁରାନିଆ ତୁରନ୍ତ କଟକ ଗସ୍ତ କରି ବାଲିଯାତ୍ରା ପଡ଼ିଆରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ସେ କଟକ ଡିସିପିଙ୍କ ସହ ଆଲୋଚନା କରିଛନ୍ତି।ସେ କହିଛନ୍ତି ଯେ ରାଜ୍ୟର ପ୍ରମୁଖ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ସୁରକ୍ଷାକୁ ବୃଦ୍ଧି କରାଯାଇଛି। ଡିଜିପି ଲୋକଙ୍କୁ ସହଯୋଗ କରିବାକୁ ଅପିଲ୍ କରିବା ସହ କୌଣସି ସନ୍ଦିଗ୍ଧ ବ୍ୟକ୍ତି ବା ବସ୍ତୁ ଦେଖିଲେ ତୁରନ୍ତ ପୋଲିସ୍ କଣ୍ଟ୍ରୋଲ୍ ରୁମ୍‌କୁ ଜଣାଇବାକୁ ପରାମର୍ଶ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ବିସ୍ଫୋରଣ ପରେ ଡିଜିପିଙ୍କ ସହ କଥା ହୋଇ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ବାଲିଯାତ୍ରା ଚାଲିଥିବାରୁ ଅଧିକ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଦିଲ୍ଲୀ ଘଟଣାରେ ସାଧାରଣ ଲୋକଙ୍କ ଜୀବନହାନିକୁ ନେଇ ସେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏହି ଅମାନବୀୟ ଘଟଣାର କଡ଼ା ନିନ୍ଦା କରିଛନ୍ତି। ସେ କହିଛନ୍ତି, “ଏଭଳି ଅମାନବୀୟ ଘଟଣାକୁ ଭାରତ କେବେ ବରଦାସ୍ତ କରିନାହିଁ, କି କରିବନି।”

Breaking News