Report Card Odisha

| Daily Odia News

୩ ମାସ ମଧ୍ୟରେ ଶେଷ ହେବ ଅନୁଭବ-ବର୍ଷା କଳି…..

ରିପୋର୍ଟ କାର୍ଡ / କଟକ

ବିଜେଡି ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ ମାନ୍ୟବର ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି | ଷ୍ଟାର ଦମ୍ପତିଙ୍କ କଳି ୩ ମାସ ମଧ୍ୟରେ ଶେଷ କରିବା ପାଇଁ ଫ୍ୟାମିଲି କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ୪ ସପ୍ତାହ ମଧ୍ୟରେ ଜବାବ ସୁଆଲ ଶେଷ କରିବାକୁ କୋର୍ଟ କହିଛନ୍ତି । ଜୁଲାଇ ୩୧ରେ ବର୍ଷାଙ୍କ ଚୂଡ଼ାନ୍ତ ସାକ୍ଷ୍ୟ ଗ୍ରହଣ ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଚୂଡ଼ାନ୍ତ ସାକ୍ଷ୍ୟ ଗ୍ରହଣ ଶେଷ କରି ସାକ୍ଷ୍ୟ ଗ୍ରହଣର ୩ ମାସ ମଧ୍ୟରେ ମାମଲାରେ ପୂର୍ଣ୍ଣଚ୍ଛେଦ ଲାଗି କହିଛନ୍ତି ହାଇକୋର୍ଟ ।

 

Breaking News