ରିପୋର୍ଟ କାର୍ଡ / କଟକ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାୟର ହୋଇଥିବା ସମସ୍ତ ମାମଲାକୁ ରଦ୍ଦ କରିଛନ୍ତି କୋର୍ଟ । ଦାୟର ଜନସ୍ବାର୍ଥ ମାମଲା ସହ ଅନ୍ୟ ସମସ୍ତ ଇଣ୍ଟରଭେନିଂ ପିଟିସନ ଗୁଡ଼ିକୁ ଆଜି ହାଇକୋର୍ଟ ଖାରଜ କରିଦେଇଥିବା ସୂଚନା ମିଳିଛି । ପୂର୍ବରୁ ଏ ସଂକ୍ରାନ୍ତୀୟ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିସାରିଥିଲେ । ସୁପ୍ରିମକୋର୍ଟଙ୍କ ଉକ୍ତ ନିର୍ଦ୍ଦେଶକୁ ଆଧାର କରି ହାଇକୋର୍ଟ ମଧ୍ୟ ଏହା କହିଛନ୍ତି ଯେ, ପରିକ୍ରମା ପ୍ରକଳ୍ପ ସମ୍ପର୍କିତ ଆବେଦନକୁ ଜନସ୍ବାର୍ଥ ମାମଲା କୁହାଯାଇ ପାରିବନାହିଁ । ତେଣୁ ମୂଳ ମାମଲା ସହିତ ଅନ୍ୟ ସମସ୍ତ ବିଚାରାଧୀନ ମାମଲାଗୁଡ଼ିକୁ ହାଇକୋର୍ଟ ଖାରଜ କରିଛନ୍ତି । ଯେହେତୁ ପୂର୍ବରୁ ସୁପ୍ରିମକୋର୍ଟ ମାମଲାକୁ ରଦ୍ଦ କରିସାରିଛନ୍ତି, ତେଣୁ ଆଉ ଶୁଣାଣି କରିବାର ଆବଶ୍ୟକତା ନାହିଁ ବୋଲି ମୁଖ୍ୟ ବିଚାରପତିଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ରାୟ ଶୁଣାଇଛନ୍ତି ।ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ପୁରୀ ବାସିନ୍ଦା ଦିଲ୍ଲୀପ ବରାଳ ପ୍ରଥମେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ । ପରେ ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ମଧ୍ୟ ଏକାଧିକ ଆବେଦନ ହୋଇଥିଲା । ତେବେ ମାମଲାଗୁଡ଼ିକ ହାଇକୋର୍ଟରେ ବିଚାରାଧୀନ ଥିବା ଅବସ୍ଥାରେ ସମାନ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ଆଉ ଦୁଇଟି ମାମଲା ଦାୟର ହୋଇଥିଲା । ଯାହାକୁ ନିକଟରେ ସୁପ୍ରିମକୋର୍ଟ ଖାରଜ କରିଥିଲେ । ତେଣୁ ଦାୟର ମାମଲା ଗୁଡ଼ିକ ଉପରେ ଆଉ ଶୁଣାଣିର ଆବଶ୍ୟକତା ନାହିଁ ବୋଲି ହାଇକୋର୍ଟ କହିବା ସହ ସମସ୍ତ ପିଟିସନକୁ ଖାରଜ କରିଛନ୍ତି ।






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..