ରିପୋର୍ଟ କାର୍ଡ / କଟକ
ସାଂସଦ ଅନୁଭବ ମହାନ୍ତି-ବର୍ଷା ବିବାହ ବିଚ୍ଛେଦ ମାମଲାରେ ଆସିଛି ବଡ ରାୟ । ବିବାହ ବିଚ୍ଛେଦ ପାଇଁ ଆଜି ଅନୁମତି ଦେଇଛନ୍ତି ହାଇକୋର୍ଟ। ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପରିବାର ଅଦାଲତଙ୍କ ରାୟକୁ ମଧ୍ୟ ହାଇକୋର୍ଟଙ୍କ ଖାରଜ କରିଛନ୍ତି। ପୂର୍ବରୁ ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ ଅଗ୍ରାହ୍ୟ କରିଥିଲେ ପରିବାର ଅଦାଲତ। ହାଇକୋର୍ଟରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ତାଙ୍କର ସେହି ପୁରୁଣା ଯୁକ୍ତି ଉଲ୍ଲେଖ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ବର୍ଷାଙ୍କ ସହିତ ତାଙ୍କର ବିବାହ କେବଳ କାଗଜ କଲମରେ ସୀମିତ ରହିଯାଇଥିଲା। ବିବାହର ମୂଳ ଲକ୍ଷ୍ୟ ପୂରଣ ହୋଇପାରି ନଥିଲା। ବୈବାହିକ ସଂପର୍କ ଯେମିତି ରହିବା କଥା, ତାହା ସେମାନଙ୍କ ମଧ୍ୟରେ ନାହିଁ। ପରିବାରକୁ ଆଗେଇ ନେବାରେ ଓ ସନ୍ତାନସନ୍ତତି କରିବାରେ ବର୍ଷା ସହଯୋଗ କରୁ ନଥିବା ଅନୁଭବ କୋର୍ଟଙ୍କୁ କହିଥିଲେ। ସେହିପରି ତାଙ୍କ ପରିବାର ଲୋକଙ୍କୁ ବର୍ଷା ଦୁର୍ବ୍ୟବହାର କରୁଥିଲେ ବୋଲି ଅନୁଭବ କହିଥିଲେ। ତେବେ ହାଇକୋର୍ଟ କେଉଁ ଆଧାରରେ ଅନୁବକଙ୍କୁ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି, ତାହା ଲିଖିତ ଜଜ୍ମେଣ୍ଟ ଆସିବା ପରେ ଜଣାପଡ଼ିବ।
More Stories
ପୁଣି ବଢ଼ିଲା କିଟ୍ ଅଡ଼ୁଆ,ଅଭିଯୋଗ ଆଣିଲେ ମୃତ ଛାତ୍ରଙ୍କ ବାପା…..
ଶାନ୍ତିବାର୍ତ୍ତା ନେଇ ସରକାରଙ୍କୁ ପ୍ରସ୍ତାବ ଦେଲେ ମାଓବାଦୀ…..
ପ୍ରେମିକଙ୍କୁ ଅପହରଣ କରି ପ୍ରେମିକା ଗିରଫ…..