ରିପୋର୍ଟ କାର୍ଡ / କଟକ
କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାର ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ। ମେରିଟ୍ ଲିଷ୍ଟ ଆଧାରରେ ଶିକ୍ଷକ ନିଯୁକ୍ତି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଜିଲ୍ଲାଓ୍ୱାରୀ କନିଷ୍ଠ ଶିକ୍ଷକ ନିଯୁକ୍ତି ଅପିଲ କରି ହାଇକୋର୍ଟରେ ଏକାଧିକ ମାମଲା ହୋଇଥିଲା । ମାମଲାର ଶୁଣାଣୀ କରି ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ। ଓସେପା ପକ୍ଷରୁ ୨୦ ହଜାର କନିଷ୍ଠ ଶିକ୍ଷକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୩ ସେପ୍ଟେମ୍ବର ୧୩ରୁ ଏଥିପାଇଁ ଆବେଦନ ଆହ୍ୱାନ କରାଯାଇଥିଲା। ୨୦୨୩ ଅକ୍ଟୋବର ୧୦ ତାରିଖ ଆବେଦନର ଶେଷ ତାରିଖ ଥିଲା।ବିଭିନ୍ନ ପରୀକ୍ଷା ପରେ ମେରିଷ୍ଟ ଲିଷ୍ଟ ଫଳାଫଳ ପ୍ରକାଶ ପାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ସାର୍ଟିଫିକେଟ ଯାଞ୍ଚ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ନିଯୁକ୍ତି ବିଜ୍ଞପ୍ତି ନିୟମ ଅନୁସାରେ ମେରିଟ ଲିଷ୍ଟ ତାଲିକା ପ୍ରକାଶିତ ହୋଇ ନ ଥିବା ଅଭିଯୋଗ ହୋଇଥିଲା।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……